ବଳତ୍କାର ମାମଲାରେ ଛନ୍ଦି ହେଲେ ଆଉ ଜଣେ ବାବା

ଦିନକୁ ଦିନ ଜଣେ ପରେ ଜଣେ ଠକ ବାବାଙ୍କ କଳାକାରନାମା ବୃଦ୍ଧି ହେବାରେ ଲାଗିଛି । ଯାହା ଦ୍ୱାରା ଲୋକଙ୍କ ବିଶ୍ୱାସ ବାବାମାନଙ୍କ ପ୍ରତି ତୁଟିବାରେ ଲାଗିଛି । ଏଭଳି ଆଉ ଜଣେ ବାବା ତାଙ୍କ ସେବିକାଙ୍କୁ ବଳାକ୍ରାର କରିଥିବା ଅଭିଯୋଗ ଆସିଛି । ଏହି ବାବା ଜଣକ ହେଲେ ନୂଆଦିଲ୍ଳୀ ଫତେପୁର ଅଞ୍ଚଳରେ ଥିବା ଶନି ମନ୍ଦିରର ସଂସ୍ଥାପକ ଦାତି ମହାରାଜା । ଖବର ଅନୁଯାୟୀ, ତାଙ୍କ ଆଶ୍ରମରେ ଜଣେ ମହିଳା ୨ ବର୍ଷ ତଳେ ସେବିକା ଭାବେ ଥିବା ସମୟରେ ବଳତ୍କାରର ଶିକାର ହୋଇଥିଲେ । ଏହି ବାବଦରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବାବ ଦତି ମହାରାଜ ।

Comments are closed.