ଜମି ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ମାରପିଟ୍

ଜମିବାଡି ପ୍ରସଙ୍ଗକୁ ନେଇ ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ଅନ୍ତର୍ଗତ ଅଞ୍ଚଳ ପଞ୍ଚାୟତର ଦୁଇ ଗାଁ ପକନାଗୁଡା ଓ କରଡିଗୁଡା ମଧ୍ୟରେ ମାରପିଟ୍ ହୋଇଛି । ସପୃକ୍ତ ଜମିଟି ଜଙ୍ଗଲ ଜମି ଥିବାର ସୂଚନା ମିଳିଛି । ମାରପିଟ୍ ମାଧ୍ୟମରେ ପ୍ରାୟ ୧୧ ଜଣ ଆହତ ହୋଇଛନ୍ତି ଯେଉଁଥିରେ ପକନାଗୁଡାର ୬ ଜଣ ଓ କରଡିଗୁଡାର ୫ ଜଣ ଅଛନ୍ତି । ୯ ଜଣଙ୍କ ଅବସ୍ଥା ଶୋଚନୀୟ ଥିବାରୁ ତାଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାନୂଯାୟୀ ସେହି ଜଙ୍ଗଲ ଜମିରେ ୨୦ ବର୍ଷ ଧରି ପକନାଗୁଡାର ଗ୍ରାମବାସୀ ଚାଷ କରୁଥିଲେ ପରନ୍ତୁ ସେହି ଜମିରେ କରଡିଗୁଡାଙ୍କ ଜବର ଦଖଲକୁ ନେଇ ଏପରି ମାରପିଟ୍ ହୋଇଛି ।

Comments are closed.