ମହାନତା ଦେଖାଇଲେ କେନ୍ଦ୍ର ମନ୍ତ୍ରୀ ଏସ ଜୟ ଶଙ୍କର

ନୂଆଦିଲ୍ଲୀ: କତାର୍‌ରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନୌସେନାର ୮ଜଣ ପୂର୍ବତନ ଅଧିକାରୀଙ୍କ ପରିବାରବର୍ଗଙ୍କୁ ଆଜି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଭେଟି ସେମାନଙ୍କ ମୁକ୍ତି ସୁନିଶ୍ଚିତ କରିବା ନିମନ୍ତେ ଭାରତ ସମସ୍ତ ପ୍ରୟାସ ଜାରି ରଖିବ ବୋଲି କହିଛନ୍ତି।

ଏ ସଂକ୍ରାନ୍ତରେ ‘ଏକ୍ସ୍‌’ କରି ଜୟଶଙ୍କର ଲେଖିଛନ୍ତି, କତାର୍‌ରେ ଅଟକ ଥିବା ୮ଜଣ ଭାରତୀୟଙ୍କ ପରିବାରବର୍ଗଙ୍କୁ ଆଜି ସକାଳେ ଭେଟିଲି। ଏହି ମାମଲାରେ ଭାରତ ସରକାର ସର୍ବାଧିକ ଗରୁତ୍ବାରୋପ କରୁଥିବା କଥା କହିଛି। ସେମାନଙ୍କ ପରିବାରବର୍ଗଙ୍କ ଉଦ୍‌ବିଗ୍ନତା ଓ ବେଦନା କଥା ଶୁଣିଲି। ଗୁରୁତ୍ବ ଦେଇ କହିଛି ଯେ, ସେମାନଙ୍କ ମୁକ୍ତି ସୁନିଶ୍ଚିତ କରିବା ଲାଗି ଭାରତ ସରକାର ସବୁ ପ୍ରକାରର ପ୍ରୟାସ ଜାରି ରଖିବେ। ଏ ପ୍ରସଙ୍ଗରେ ସେମାନଙ୍କ ପରିବାରବର୍ଗଙ୍କ ସହିତ ନିବିଡ଼ ଆନ୍ତରିକତାର ସହ ସମନ୍ବୟ ରକ୍ଷା କରିବୁ।

Comments are closed.