୭ ନୂଆ ବାଟାଲିୟନ ପାଇଁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ ବୁଧବାର ଭାରତ-ଚୀନ ଏଲ୍‌ଏସି (ବାସ୍ତବ ନିୟନ୍ତ୍ରଣ ରେଖା) ନିକଟରେ ଦେଶର ସୁରକ୍ଷାରେ ନିୟୋଜିତ ଭାରତ-ତିବ୍ବତ ସୀମା ପୁଲିସ (ଆଇଟିବିପି)ର ଶକ୍ତି ବୃଦ୍ଧି ପାଇଁ ୭ଟି ନୂଆ ବାଟାଲିୟନକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଏଥିରେ ୯,୪୦୦ କର୍ମଚାରୀ ନିଯୁକ୍ତି ପାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋ‌ଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ସ୍ବୀକୃତି ମିଳିଥିଲା। ଯେଉଁ ନୂଆ କର୍ମଚାରୀମାନେ ନିଯୁକ୍ତି ପାଇବେ, ସେମାନେ ୪୭ଟି ନୂଆ ବର୍ଡର ପୋଷ୍ଟ ଏବଂ ଏକ ଡଜନ ‘ଷ୍ଟେଜିଂ କ୍ୟାମ୍ପ’ ବା ସେନା ଘାଟିଗୁଡ଼ିକରେ କାର୍ଯ୍ୟ କରିବେ। ୨୦୨୦ରୁ ଭାରତ-ଚୀନ୍ ଭିତରେ ମୁହାଁମୁହିଁ ସ୍ଥିତି ଓ ଉତ୍ତେଜନା ଜାରି ରହିଥିବାରୁ ଆବଶ୍ୟକତାକୁ ଚାହିଁ କେନ୍ଦ୍ର ସରକାର ଉକ୍ତ ୭ଟି ନୂଆ ବାଟାଲିୟନ ପାଇଁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ୧୯୬୨ ଯୁଦ୍ଧ ପରେ ପ୍ରାୟ ୯୦,୦୦୦ ସୈନ୍ୟବଳଯୁକ୍ତ ଆଇଟିବିପି ଗଠନ କରାଯାଇଛି। ଭାରତର ପୂର୍ବ ପ୍ରାନ୍ତରେ ବାସ୍ତବ ନିୟନ୍ତ୍ରଣ ରେଖାର ଧାରେ ଧାରେ ୩,୪୮୮ କିମି ସୀମାକୁ ସୁରକ୍ଷା ପ୍ରଦାନ କରିବା ସେମାନଙ୍କ ଦାୟିତ୍ବ।

Comments are closed.