ପ୍ରତ୍ୟେକ ଦିନ ଖାଦ୍ୟରେ ସାମିଲ କରନ୍ତୁ କନ୍ଦମୂଳ, ମିଳିବ ଅନେକ ଫାଇଦା

ଥଣ୍ଡା ଋତୁ ଆସିବା କ୍ଷଣି ହିଁ ବଜରରରେ ଫଳ, ପନିପରିବା ଏବଂ ଅନ୍ୟ ଖାଇବା ଜିନିଷ ବଜାରରେ ମିଳିବା ଆରମ୍ଭ ହୋଇଯାଏ। ଏହି ସବୁ ସାମଗ୍ରୀରେ ସବୁଠୁ ଫାଇଦାପୂର୍ଣ୍ଣ ସାମଗ୍ରୀ ହେଉଛି କନ୍ଦମୂଳ। ଏହା କେବଳ ଏହି ଋତୁରେ ବଜାରକୁ ଆସିଥାଏ ଯାହାକୁ ଖାଇଲେ ବହୁତ ଫାଇଦା ମିଳିଥାଏ। କନ୍ଦମୂଳକୁ କେହି କେହି ସ୍ବିଟ ପୋଟାଟୋ ମଧ୍ୟ କହନ୍ତି ଯାହା ସ୍ବାଦରେ ଯେତେ ମିଠା ହୋଇଥାଏ ସ୍ବାସ୍ଥ୍ୟ ପାଇଁ ସେତିକି ଲାଭଦାୟକ ହୋଇଥାଏ। ଏହି ଫଳ କେବଳ ଏହି ଋତୁରେ ହିଁ ମିଳିଥାଏ। ତେବେ ଏହାକୁ ଖାଇବାର ମଜା ନିଅନ୍ତୁ। କିଛି ଳୋକ ଏହାକୁ ମିଠା ଫଳ ମଧ୍ୟ କୁହନ୍ତି।
ପ୍ରତିରକ୍ଷା ପ୍ରଣାଳୀ ପାଇଁ
କନ୍ଦମୂଳରେ ଭିଟାମିନ ବି କମ୍ପଲେକ୍ସ, ଆଇରନ, ଫସଫରସ, ଭିଟାମିନ ସି ବ୍ୟତିତ ବିଟା କ୍ୟାରୋଟିନ ପ୍ରଚୁର ମାତ୍ରାରେ ମିଳିଥାଏ ଏଥିପାଇଁ ଏହା ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ ବନାଇବାର କାମ କରିଥାଏ।

ଅସ୍ଥାମାରୁ ରକ୍ଷା କରିଥାଏ
କନ୍ଦମୂଳ ଶରୀରକୁ ଗରମ ମଧ୍ୟ ରଖିଥାଏ ଏବଂ ଏଥିରେ ଥିବା ଭିଟାମିନ ସି ର ସେବନ ଦ୍ବାରା ବ୍ରଙ୍କାଇଟିସ ଏବଂ ଫୁସଫୁସ ଜନିତ ସମସ୍ୟାରୁ ମଧ୍ୟ ଆରାମ ମିଳିଥାଏ।
ଅର୍ଥରାଇଟିସ
କନ୍ଦମୂଳରେ ମାଗ୍ନେସିୟମ, ଜଙ୍କ୍, ବୀଟା କ୍ୟାରୋଟିନ ଏବଂ ଭିଟାମିନ ବି କମ୍ପଲେକ୍ସ ହୋଇଥାଏ। ଏଥିପାଇଁ ଏହା ଅର୍ଥରାଇଟିସ ରୋଗୀଙ୍କ ପାଇଁ ଭଲ ହୋଇଥାଏ।

ପାଚନ କ୍ରୀୟା
ଖାଦ୍ୟ ହଜମ ପାଇଁ ଶରୀରରେ ଫାଇବର ରହିବା ନିହାତି ଜରୁରୀ ହୋଇଥାଏ। କନ୍ଦମୂଳ ଫାଇବର ଯୁକ୍ତ ଭୋଜନ ଅଟେ। କନ୍ଦମୂଳ ସ୍ବାଦିଷ୍ଟ ହୋଇଥାଏ ଏବଂ ଏଥିରେ ଫାଇବର ଅଧିକ ମାତ୍ରାରେ ଥାଏ ଏଥିପାଇଁ ଏହା ପାଚନ ତନ୍ତ୍ର ପାଇଁ ମଧ୍ୟ ଭଲ ହୋଇଥାଏ।

କ୍ୟାନ୍ସର
ବୀଟା କ୍ୟାରୋଟିନକୁ ଆଣ୍ଟି କୋର୍ସିନୋଜନ ( କର୍କଟରୁ ମୁକ୍ତି ଦେଇଥାଏ) ବୋଲି ଧରାଯାଏ। କନ୍ଦମୂଳ କର୍କଟ ଠାରୁ ଶରୀରକୁ ସୁରକ୍ଷା କରିଥାଏ। କେଶରେ ଯଦି ଡେନଡ୍ରଫର ସମସ୍ୟା ହୋଇଥାଏ ତେବେ କନ୍ଦମୂଳ କଞ୍ଚା ସବୁବେଳେ ଖାଆନ୍ତୁ, ଲାଭ ମିଳିଥାଏ।

ହ୍ରୁଦୟ ପାଇଁ
କନ୍ଦମୂଳରେ ବହୁତ ମାତ୍ରାରେ ପୋଟାସିୟମ ରହିଥାଏ। ଅଧିକ ମାତ୍ରାରେ ପୋଟାସିୟମର ସେବନ ଦ୍ବାରା ହ୍ରୁଦଘାତ ଏବଂ ଷ୍ଟ୍ରୋକର ଭୟ କମ୍ ହୋଇଥାଏ ଏବଂ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଏଥିପାଇଁ କନ୍ଦମୂଳ ଖାଇବା ଦ୍ବାରା ହ୍ରୁଦୟ ସମ୍ବଦ୍ଧିତ ସମସ୍ତ ରୋଗ ଆପଣଙ୍କ ଠାରୁ ଦୂରେଇ ରହିଥାଏ।

ମଧୁମେହ
ମଧୁମେହ ରୋଗୀ ମାନେ ଭାବନ୍ତି ଯେ କନ୍ଦମୂଳ ମିଠା ହୋଇଥିବା କାରଣରୁ ଏହାକୁ ଖାଇବା ଉଚିତ ନୁହେଁ। ହେଲେ କନ୍ଦମୂଳର ସେବନ ଦ୍ବାରା ରକ୍ତରେ ଶର୍କରାର ସ୍ତର ଠିକ ରହିଥାଏ ଏବଂ ଇନସୁଲିନର ମାତ୍ରା ମଧ୍ୟ ଠିକ ରହିଥାଏ।

ଓଜନ ପ୍ରବନ୍ଧନ
କନ୍ଦମୂଳରେ ପ୍ରୋଟିନ, ଭିଟାମିନ, ମିନେରାଲ୍ସ ଏବଂ ପ୍ରୋଟିନ ଭଲଭାବେ ଥାଏ ଏବଂ ଏହା ଶରୀରକୁ ଅତିରିକ୍ତ ଉର୍ଜା ପ୍ରଦାନ କରିଥାଏ। ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ କନ୍ଦମୂଳ ଖାଆନ୍ତୁ।

Comments are closed.