ଗୁଣପୁରରେ ଚାଲିଛି ବାଲି ମାଫିଆଙ୍କ ଚୋରା ଚାଲାଣ ସହ ଦାଦାଗିରି
ଗୁଣପୁର, ସତ୍ୟନାରାୟଣ ସାହୁ : ଗତକାଲି ସନ୍ଧ୍ୟା ସମୟରେ ଗୁଣପୁରର ସ୍ଥାନୀୟ ତୁରକାନିଗୁଡ଼ାରୁ ବାଲି ଚୋରା ଚାଲାଣ କରି ଲକ୍ଷ୍ମଣ ଢେପ ଦେଇ ନିଆଯାଉଥିବା ଦେଖିବାକୁ ମିଳିଥିଲା । ଏଭଳି ବେଆଇନ ଭାବରେ ଲକ ଡାଉନ ପରିସ୍ଥିତିରେ ବିନା କୌଣସି ରସିଦ ରେ ବାଲି କେମିତି ନିଆଯାଉଛି ବୋଲି ଗାଡ଼ି ମାଲିକଙ୍କୁ ପ୍ରଶ୍ନ କରାଯିବାରୁ ଏଥିରେ ଗରମ ହୋଇ ଗାଡି ମାଲିକ ସେହି ଲକ୍ଷ୍ମଣ ଢେପ ର କୌଣସି ଜଣେ ବ୍ୟକ୍ତିଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ଏବଂ ସେହି ସାହିର ମେଢ଼ ଉପରୁ ଚିତ୍କାର କରି କହିଥିଲେ ଯେ ତମେ କିଏ, କୋଉ ସାମ୍ବାଦିକ, ତମେ କଣ ବାଲି ଠିକା ନେଇଛ କି ବୋଲି ପାଟି କରିବା ସହିତ ସାମ୍ବାଦିକଙ୍କୁ ଧମକ ମଧ୍ୟ ଦେଇଥିଲେ। ଉକ୍ତ ଗାଡିର ମାଲିକଙ୍କ ପରିଚୟ ବର୍ତମାନ ପର୍ଯ୍ୟନ୍ତ ମିଳିନଥିବା ବେଳେ ବେଆଇନ ଭାବରେ ବାଲି ନେଇ, ତାହା ସହ କିଛି ଲୋକଙ୍କୁ ଡ଼ାକି ଦାଦାଗିରି କରୁଥିବା ଏଭଳି ବାଲି ମାଫିଆର ଅନ୍ତ କେବେ ହେବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଭଳି ଅନେକ ଗାଡ଼ିରେ ବାଲି ଚୋରା ଚାଲାଣ ଚାଲିଛି। ଯାହାକୁ କେହି ସାମ୍ବାଦିକ ଯଦି ପ୍ରଶ୍ନ କରେ, ତାଙ୍କୁ ସେମାନଙ୍କ ଘର ପାଖକୁ ଯାଇ ଧମକ ଦେବା ସହ ଫୋନ ମାଧ୍ୟମରେ ପଇସା କାରବାରର ମିଥ୍ୟା ଆରୋପ ଲଗାଇବା ଧମକ ଦିଆଯାଉଛି । କିନ୍ତୁ ଏସବୁ ଘଟଣାକୁ ନେଇ ପ୍ରଶାସନ ସବୁ ଜାଣି ମଧ୍ୟ ଚୁପ ହୋଇ ରହିଛି ।
Comments are closed.