ବଲାଙ୍ଗୀର ଜିଲ୍ଲା ତୁଷୁରା ପୋଲିସ ପକ୍ଷରୁ ୨ଜଣ ଗଞ୍ଜେଇ ବେପାରୀଙ୍କୁ ଅଟକ
ବଲାଙ୍ଗୀର(ଶମ୍ଭୁ ପ୍ରସାଦ ସାହୁ) : ଗୁଡଭେଲା ବ୍ଲକ ତୁଷୁରା ପୋଲିସ କୈାଣସି ସୂତ୍ରରୁ ଖବର ପାଇ ଜାମୁଟ ଛକରେ ୨ ଜଣ ବ୍ୟକ୍ତିଙ୍କ ଠାରୁ ଏକ କଳା ରଙ୍ଗର ପଲସର (ଗାଡି ନମ୍ବର ଓଡି ୧୭ଏସ ୦୦୪୫)ରୁ ୭ କେଜି ୧୫୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଉକ୍ତ ଦୁଇଜଣ ବ୍ୟକ୍ତି ହେଲେ ବରଗଡ଼ ଜିଲ୍ଲାର ଭୋଲାନାଥ ବେହେରା ବୟସ ୪୫ ଓ ଅନ୍ୟଜଣେ ସୁଧିର କୁମ୍ଭାର ବୟସ ୪୪ ବୋଲି ଜଣାପଡିଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶୁରେସ ଚନ୍ଦ୍ର ପ୍ରଧାନ କହିଛନ୍ତି । ସୂଚନାନୁସାରେ ବର୍ତ୍ତମାନ ଓଡ଼ିଶା ରେ ଶିକ୍ଷିତ ବେକାରି ସଂଖ୍ୟା ବଢ଼ିଚାଲିଥିବା ବେଳେ କରୋନା ପାଇଁ ରୋଜଗାର ପନ୍ଥା ଠପ୍ ହୋଇଯାଇଛି । ଫଳରେ ଯୁବକ ମାନେ ଭୁଲ୍ ରାସ୍ତା ଆପଣେଇ ତାଙ୍କର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ଦେଉଛନ୍ତି । ସେଥିପାଇଁ ସରକାର ବେକାରି ସଂଖ୍ୟା ଦୂର କରିବା ପାଇଁ ପଦକ୍ଷେପ ନେବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
Comments are closed.