ସମାପନ ହେଲା ଆଶା ଓ ବିଶ୍ୱାସ ର ପର୍ବ କଲାସି

ବଲାଙ୍ଗୀର(ମହେଶ କର) : ସମାପନ ହେଲା ଆଶା ଓ ବିଶ୍ୱାସ ର ପର୍ବ କଲାସି । ପୀଠସ୍ନାହ୍ନ ପରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା କଲାସି ପର୍ବ ଆଜି ସମାପନ ହୋଇଛି । ପବିତ୍ର କାର୍ତ୍ତିକ ମାସ ଶୁକ୍ଲପକ୍ଷ ଦଶମୀ ଦିନରୁ ଆରମ୍ଭ ହୁଏ ଆଶା ଓ ବିଶ୍ୱାସ ର ପର୍ବ କଲାସି । ଏହି କଲାସି ପର୍ବ ବଲାଙ୍ଗୀର ଜିଲ୍ଲା ର ବିଭିନ୍ନ ଗ୍ରାମରେ ପାଳନ ହେଉଥିବା ବେଳେ ଲୋଇସିଂହା ର ଖଳିଆପାଳି ଅନ୍ୟତମ । ଏହି ଉଭୟ ଗ୍ରାମରେ ପ୍ରାୟ ୧୦୦ ବର୍ଷ ହେଲା ପରମ୍ପରା କୁ ବଜାୟ ରଖି ଏହି ପର୍ବ ପାଳନ ହେଉଛି । ଦୂରଦୂରାନ୍ତରୁ ଭକ୍ତ ଆସି କାଲିସି ମାଙ୍କ ପାଖରେ ନିଜ ମନସ୍କାମନା ରଖିଥିବା ବେଳେ ତାହା ପୂରଣ ହେଉଥିବାରୁ ଭକ୍ତ ଆନନ୍ଦ ଅନୁଭବ କରୁଥିବାର ଭକ୍ତ ପ୍ରତକ୍ରିୟା ରଖିଛନ୍ତି ।
ଦଶମୀ ଦିନ ବରୁଆ ଦେହରେ ମା କାଲିସି ଆବିର୍ଭାଵ ହୋଇ ଶିବ ପାର୍ବତୀଙ୍କ ଆଶିଷ ଭିକ୍ଷା କରିବା ପାଇଁ ନିକଟସ୍ଥ ଶିବ ମନ୍ଦିରକୁ ଯାଇଥାନ୍ତି । ତା ପରଦିନ ଗ୍ରାମରେ ଥିବା ପୋଖରୀକୁ ଯାଇ ସାତ ଭଉଣୀ ମାନଙ୍କୁ ପୂଜାର୍ଚ୍ଚନା କରି ଫେରିବା ପରେ ମାନସିକ ଧାରୀ ଭକ୍ତଙ୍କ ହାରିଗୁହାରି ଶୁଣିଥାନ୍ତି । ଏହାର ଚାରିଦିନ ପରେ ନିଜ ନିଜ ଗୁଡିରେ ମାନସିକ ଧାରୀ ଆଣିଥିବା ବୋଦା ,କୁକୁଡ଼ାକୁ ବଳି ଦେଇଥାନ୍ତି । ତା ପର ଦିନ ମାଙ୍କ ପୀଠସ୍ନାହ ପରେ କଲାସି ପର୍ଵ ସମାପନ ହୋଇଥାଏ ।ସହ ସହ ବର୍ଷର ପରମ୍ପରା କୁ ବଜାୟ ରଖିବା ସହ ମାଙ୍କ ଯାତ୍ରାକୁ ଧୁମଧାମରେ ପାଳନ କରୁଛନ୍ତି ବଲାଙ୍ଗୀର ବାସୀ । ତେବେ ଏହି ଉଭୟ ଗ୍ରାମରେ ପ୍ରାୟ ୧୦୦ ବର୍ଷହେଲା କଲାସି ପର୍ଵ ପାଳନ କରୁଥିବା ବେଳେ ଆଗାମୀ ଦିନରେ ସରକାରୀ ସହାୟତା ପ୍ରଦାନ କଲେ ପରମ୍ପରା ବଜାୟ ରହିବ ବୋଲି ମତ ପ୍ରକାଶ ପାଇଛି ।

Comments are closed.