ଟ୍ରମ୍ପଙ୍କୁ ଝଟକା, ଅଯୋଗ୍ୟ ଘୋଷଣା କଲେ କୋର୍ଟ

ୱାସିଂଟନ୍‌: ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ମଙ୍ଗଳବାର ଦିନ କଲୋରାଡୋ ସୁପ୍ରିମ୍‌ କୋର୍ଟ ଅଯୋଗ୍ୟ ଘୋଷଣା କରିଛନ୍ତି।

୨୦୨୧ ଜାନୁଆରି ୬ ତାରିଖରେ ୟୁ. ଏସ୍‌. କ୍ୟାପିଟଲ୍‌ ଆକ୍ରମଣ ଘଟଣାରେ ଟ୍ରମ୍ପ୍‌ ଓ ତାଙ୍କ ସମର୍ଥକଙ୍କ ଭୂମିକା ଯୋଗୁଁ ଅଦାଲତ ଉପରୋକ୍ତ ରାୟ ଶୁଣାଇଛନ୍ତି।

ଅଦାଲତ କହିଛନ୍ତି, ଆମେରିକା ସରକାରଙ୍କ ବିରୋଧ ହିଂସା ଉଦ୍ରେକ କରିବା ଘଟଣାରେ ତାଙ୍କର ଭୂମିକା ଥିବାରୁ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ କରିଥିବା ଟ୍ରମ୍ପ୍‌ଙ୍କୁ ଆମେରିକାର ସମ୍ବିଧାନ ବାରଣ କରୁଛି।

Comments are closed.