ତାମିଲନାଡୁରେ ପ୍ରବଳ ବର୍ଷାରେ ସ୍ଥିତି ଗମ୍ଭୀର

ଚେନ୍ନାଇ: ଦକ୍ଷିଣ ତାମିଲନାଡୁର କନ୍ୟାକୁମାରୀ, ତିରୁନେଲଭେଲି, ଥୁଥୁକୁଡି ଏବଂ ତେନକାସୀ ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ବନ୍ୟା ଜାରି ରହିଥିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ବନ୍ୟା ପ୍ରଭାବିତ ଅଂଚଳରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି କେନ୍ଦ୍ରଠାରୁ ପର୍ଯ୍ୟାପ୍ତ ସହାୟତା ମାଗିବା ପାଇଁ ଦିଲ୍ଲୀ ଆସିଛନ୍ତି।

ରିପୋର୍ଟ ଅନୁଯାୟୀ, ବର୍ଷାଜନିତ ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ କରାଇକାଲର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି ଆଇଏମ୍‌ଡି। ସ୍କୁଲ-କଲେଜକୁ ଛୁଟି କରିଦିଆଯିବା ସହ ୪ଟି ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି।

Comments are closed.