ନିମିକ୍ରି ପଡିଲା ମହଙ୍ଗା ସାଂସଦଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ: ବିରୋଧୀ ଏମପିଙ୍କ ନିଲମ୍ବନ ପରେ ପାର୍ଲାମେଣ୍ଟ କମ୍ପ୍ଲେକ୍ସରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ମିମିକ୍ରିକରିଥିବା ଟିଏମସି ଏମପି କଲ୍ୟାଣ ବାନାର୍ଜୀଙ୍କ ପାଇଁ ସମସ୍ୟା ବଢିପାରେ। ତାଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି।

ଅଭିଷେକ ଗୌତମ ନାମକ ଜଣେ ଓକିଲ ଡିଫେନ୍ସ କଲୋନୀ ପୋଲିସ ଷ୍ଟେଶନରେ ଅଭିଯୋଗ ଆଣିଛନ୍ତି ଯାହାକୁ ପୋଲିସ ଗ୍ରହଣ କରିଛି। ଏହାକୁ ଆଧାର କରି ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ଅଭିଷେକ ତାଙ୍କ ଅଭିଯୋଗରେ ଉପରାଷ୍ଟ୍ରପତିଙ୍କୁ ଅପମାନିତ କରିଥିବା ଏବଂ ତ୍ରୁଣମୂଳ କଂଗ୍ରେସ ଏମପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Comments are closed.