ପୁଣି ଆରମ୍ଭ ହେବ ଭାରତ ଯୋଡୋ ଯାତ୍ରା

ଆଗକୁ ଆସୁଛି ଲୋକସଭା ନିର୍ବାଚନ । ନିର୍ବାଚନୀ ବର୍ଷରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ୋ ଯାତ୍ରା ୨.୦ ଆମ୍ଭ କରିବ। ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କନ୍ୟାକୁମାରୀରୁ କଶ୍ମୀର ଯାଏ ଭାରତ ଯୋଡ଼ୋ ଯାତ୍ରା କରିଥିଲା। ରାହୁଲ ଗାନ୍ଧି କନ୍ୟାକୁମାରୀରୁ ଚାଲି ଚାଲି କଶ୍ମୀର ଯାଏ ଯାଇଥିଲେ। ଏହି ସମୟରେ ସେ ଅନେକ ଲୋକଙ୍କୁ ମଧ୍ୟ ଭେଟିଥିଲେ।

ଏବେ ପୁଣିଥରେ କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ୋ ଯାତ୍ରା ୨.୦ ଆରମ୍ଭ ହେବ। ଜାନୁଆରୀ ପ୍ରଥମ ସପ୍ତାହ ପରେ ହିଁ କଂଗ୍ରେସ ନିଜର ଅଭିଯାନ ଆରମ୍ଭ କରିବ।

ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ଦଫା ଭାରତ ଯୋଡ଼ୋ ଯାତ୍ରାର ନେତୃତ୍ୱ ରାହୁଲ ଗାନ୍ଧି ନେବେ। ତେବେ ଏହି ପର୍ଯ୍ୟାୟରେ ଦଳ ହାଇବ୍ରିଡ ମଡେଲ ଆପଣାଇବ। ପଦଯାତ୍ରା ସହ ଗାଡ଼ି ଦ୍ୱାରା ଶୋଭାଯାତ୍ରା କରି ଲୋକଙ୍କୁ ଏକାଠି କରିବ। ଯାତ୍ରା ପାଇଁ ଦୁଇଟି ରାସ୍ତାକୁ ବିକଳ୍ପ ଭାବେ ରଖାଯାଇଛି। ସବୁ କିଛି ଠିକ ଠାକ ରହିଲେ ଯେକୌଣସି ଉତ୍ତରପୂର୍ବ ରାଜ୍ୟରୁ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ୨.୦ ଆରମ୍ଭ ହେବ।
୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବ। ତେଣୁ ଭାରତ ଯୋଡ଼ୋ ଯାତ୍ରା ବେଳେ ବିରୋଧୀ ମେଣ୍ଟର କିଛି ପ୍ରମୁଖ ଚେହେରାଙ୍କୁ ମଧ୍ୟ ପଦଯାତ୍ରାରେ ଦଳ ସାମିଲ କରିବ ବୋଲି ଜଣାପଡ଼ିଛି।

Comments are closed.