ଦିଲ୍ଲୀରେ ବିରୋଧୀ ସାଂସଦଙ୍କ ତ୍ରିରଙ୍ଗା ଶୋଭା ଯାତ୍ରା

ନୂଆଦିଲ୍ଲୀ: ଗୁରୁବାର ସଂସଦର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯିବା ପରେ ବିଭିନ୍ନ ବିରୋଧୀ ଦଳର ସାଂସଦମାନେ ସଂସଦରୁ ବିଜୟା ଚୌକ ପର୍ଯ୍ୟନ୍ତ ‘ତ୍ରିରଙ୍ଗା ଶୋଭାଯାତ୍ରା’ କରଛନ୍ତି। ଆଦାନୀ ଷ୍ଟକ୍‌ ମରମଲାର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବି କରି ଆସୁଥିବା ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ପରେ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା।

ଜାତୀୟ ପତାକା ଧରି ଦ୍ରାବିଡ଼ ମୁନେତ୍ର କଜଗମ (ଡିଏମକେ), ସମାଜବାଦୀ ପାର୍ଟି (ଏସ୍‌ପି), ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି), ଶିବସେନା (ୟୁବିଟି), ଆମ୍‌ ଆଦମୀ ପାର୍ଟି (ଆପ୍‌) ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଭଳି ସମଭାବାପନ୍ନ ବିରୋଧୀ ଦଳର ସାଂସଦମାନେ ସଂସଦ ଭବନରୁ ଶୋଭାଯାତ୍ରା ଆରମ୍ଭ କରି ବିଜୟା ଚୌକ ପର୍ଯ୍ୟନ୍ତ ପଦଯାତ୍ରାରେ ଚାଲି ଚାଲି ଯାଇଥିଲେ।

କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱରେ ପଦଯାତ୍ରା ଆରମ୍ଭ କରିବା ପୂର୍ବରୁ ସୋନିଆ ଗାନ୍ଧୀ ମଧ୍ୟ ସଂସଦ ଭବନର ୧ ନମ୍ବର ଗେଟ୍‌ରେ ଜାତୀୟ ପତାକା ଧରିଥିଲେ, ଯେଉଁଠାରେ ସମସ୍ତ ବିରୋଧୀ ସାଂସଦ ଏକାଠି ହୋଇଥିଲେ।

Comments are closed.