ସ୍ୱ।ଧିନତା ଦିବସରେ ପରିବେଶ ସୁରକ୍ଷା ପାଇଁ ପ୍ରୟାସ

ସମ୍ବଲପୁର, ତୁସବନ୍ତ ଯୋଶୀ ଏବଂ ନବୀନ ଦାଶ : ପବିତ୍ର ସ୍ୱ।ଧଳତା ଦିବସକୁ ଦେଶବ୍ୟାପୀ ମହାସମାରୋହରେ ପାଲନ କରାଯାଇଛି । ତେବେ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲା ସହରର କିର୍ବା ଗ୍ରାମ ଠାରେ ଭିନ୍ନ ଢଙ୍ଗରେ ପାଲିତ ହୋଇଥିଲା ପବିତ୍ର ସ୍ୱ।ଧିନତା ଦିବସ । କିର୍ବା ଗ୍ରାମର ଜୟ ଜଗନ୍ନାଥ ଯୁବକ ସଂଘ ତରଫରୁ ସ୍ୱ।ଧିନତା ଦିବସ ପାଲନ ଅବସରରେ ସମାଜକୁ ପରିବେଶ ସୁରକ୍ଷା ଜିବନ ରକ୍ଷା ବାତ୍ତା ଦେବାକୁ ପ୍ରୟାସ କରାଯାଇଥିଲା । ଯୁବକ ସଂଘର ସଭ୍ୟ ମାନେ କିର୍ବା ଗ୍ରାମରେ ଥିବା ପୋଖରୀର ଆଡି ଉପରେ ବୄକ୍ଷରୋପଣ କରିବା ସହ ପରିବେସ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିଥିଲେ । ଏଥିସହ ଯୁବକ ସଂଘର ସଭ୍ୟମାନେ ଗ୍ରାମରେ ୬୦ ରୁ ଅଧିକ ବୄକ୍ଷରୋପଣ କରିଥିଲେ । ଏହି ବୄକ୍ଷରୋପଣ କାଯ୍ୟକ୍ରମରେ କିର୍ବା ଜଗନ୍ନାଥ ଯୁବକ ସଂଘର ସଭାପତି ଲକ୍ଷ୍ମୀକାନ୍ତ ପଣ୍ଡା, ସଂପାଦକ କୃଷ୍ଣ ଚନ୍ଦ୍ର ନାଗଙ୍କ ସମେତ ଯୁବକ ସଂଘର ବହୁ ସଭ୍ୟ ଉପସ୍ଥିତ ରହିଥିଲେ ।

Comments are closed.