ରାସ୍ତା ମଝିରେ ଆକ୍ରାନ୍ତଙ୍କୁ ଛାଡି ପଳାଇଲା ଆମ୍ବୁଲାନ୍ସ
ଭଦ୍ରକ, ନିମାଇଁ ନାୟକ : କରୋନା ଆକ୍ରାନ୍ତ ଜଣେ ମହିଳାଙ୍କୁ କଟକରୁ ଗ୍ରାମକୁ ନେଇଆସିଥିବା ଏକ ଘରୋଇ ଆମ୍ବୁଲାନ୍ସ ରାସ୍ତାମଝିରେ ଛାଡି ପଳାଇଥିବା ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମୁଣ୍ଡ ପଞ୍ଚାୟତ ଅନ୍ତର୍ଗତ ନନ୍ଦାପଟଣା ଗ୍ରାମରେ ।ଏହାକୁ ସ୍ଥାନୀୟ ଲୋକ ବିରୋଧ କରି ଆକ୍ରାନ୍ତଙ୍କୁ କୋଭିଡ଼ ହସ୍ପିଟାଲ ନେବାପାଇଁ ଜିଦ ଧରି ରୋଗୀଙ୍କୁ ରାସ୍ତାରେ ସୁଆଇ ରଖି ରାସ୍ତା ଅବରୋଧ କରିଥିଲେ । ଫଳରେ ବାସୁଦେବପୁର ଧାମରା ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଥିଲା ।ଖବର ପାଇ ନାୟକଣିଡ଼ିହି ଥାନା ଅଧିକାରୀ ଉମାଶଙ୍କର ନାୟକ ପୋଲିସ କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି ଯାନବାହାନ ଚଳାଚଳ ସ୍ବାଭାବିକ କରାଇଥିଲେ । ସୂଚନା ଅନୁଯାୟୀ ମହିଳା ଜଣକ କଟକରେ ଏକ ହସ୍ପିଟାଲରେ ଗତ ୧୫ ଦିନ ହେବ ଚିକିଶୀତ ଥିଲେ । କରୋନା ପରୀକ୍ଷାରୁ ପଜେଟିଭ ଆସିବା ପରେ ହସ୍ପିଟାଲ କତ୍ତୃପକ୍ଷ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଘରକୁ ପଠାଇଦେଇଥିଲେ, କିନ୍ତୁ ଆମ୍ବୁଲାନ୍ସ ତାଙ୍କୁ ଘରେ ନଛାଡି ବାଲିମୁଣ୍ଡା ବଜାରରେ ଛାଡି ଚାଲି ଯାଇଥିଲା । ମହିଳା ଜଣକ ୪ଘଣ୍ଟାଧରି ପଡିରହିବା ସ୍ୱତେବି ତାଙ୍କୁ କୌଣସି ଚିକିସ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇନଥିଲା । ଏ ବିଷୟରେ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ଖବର ପାଇ କୋବିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ ।
Comments are closed.