ଶୋଇବା ସମୟରେ ପାଟିରୁ ଗଡୁଥିବା ନାଳକୁ ବନ୍ଦ କରିବାକୁ ଚାହାନ୍ତି କି !

ବହୁତ ଲୋକଙ୍କର ଶୋଇବାବେଳେ ପାଟିରୁ ନାଳ ଗାଡ଼ିଥାଏ । ଏପରି ଅଭ୍ୟାସ କିଏ ଜାଣି ଶୁଣି କରି ନଥାଏ ବରଂ ଆପେ ଆପେ ହୋଇଥାଏ । ଏବିଷୟରେ ଅନ୍ୟ କେହି ଜାଣିଲେବି ନିଜକୁ ଖରାପ ଲାଗେ । ଯଦି ଆପଣଙ୍କ ସହ ବି ଏପରି ହେଉଛି ତେବେ ଚିନ୍ତା କରନ୍ତୁ ନାହିଁ । ଏହାର ପ୍ରତିକାର ପାଇଁ ଆପଣାନ୍ତୁ ଏହି ଉପାୟ …

-ଡେରିରେ ହଜମ ହେଉଥିବା ଖାଦ୍ୟଠାରୁ ଦୁରେଇ ରହିବା ସହ ସବୁବେଳେ ପେଟ ସଫା ରଖିବା ଉଚିତ୍ ।

– ଲାଳ ଗଡିବାକୁ ବନ୍ଦ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ତୁଳସୀ ପତ୍ର । ୩ଟି ତୁଳସୀ ପତ୍ର ସହ ଖାଇବାପରେ ଅଳ୍ପ ପାଣି ପିଅନ୍ତୁ । ଏପରି ଭାବରେ ଦିନକୁ ୩-୪ ଥର କରିବାଦ୍ୱାରା ଲାଳରୁ ମୁକ୍ତି ମିଳିଥାଏ ।

– ଫିଟିକିରିକୁ ପାଣିରେ ମିଶାଇ ଏହି ପାଣିରେ କୁଳି କରନ୍ତୁ । ଏପରି ନିୟମିତ କଲେ ଲାଳରୁ ମୁକ୍ତି ମିଳିଥାଏ ।

– ଡାଳିଚିନି ଚା’ ମଧ୍ୟ ଲାଳରୁ ମୁକ୍ତି ଦେଇଥାଏ । ଏହା ସହ ଡାଳିଚିନିକୁ ପାଣିରେ ମିଶାଇ ଭଲ ଭାବରେ ଫୁଟାନ୍ତୁ । ତାପରେ ଏହି ପାଣିକୁ ଛାଣି ଥଣ୍ଡା କରି ସେଥିରେ ମହୁ ମିଶାଇ ପିଅନ୍ତୁ ।

– ବାହାରୁଥିବା ଲାଳ ପାଇଁ ଲାଭଦାୟକ ହେଉଛି ଅଁଳା । ଖାଇବା ପରେ ନଖ ଉଷୁମ ପାଣି ସହ ଅଁଳା ପାଉଡର ଖାଆନ୍ତୁ, ଏପରି କରିବା ଦ୍ୱାରା ଲାଳରୁ ତ ମୁକ୍ତି ମିଳିଥାଏ ଏହା ସହ ଏସିଡିଟିରୁ ମଧ୍ୟ ଆରାମ ମିଳିଥାଏ ।

Comments are closed.