ରେଳଧାରଣା ଉପରେ ଯୁବତୀଙ୍କ ଖଣ୍ଡିତ ଶବ; ହତ୍ୟା ସନ୍ଦେହ

ସମ୍ବଲପୁର ସ୍ଥିତ ସିଟି ଷ୍ଟେସନର ଲାଇନ୍ ନମ୍ବର ୫ ଉପରେ ଏକ ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତ ଶରୀର ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ମୃତ ଯୁବତୀର କୌଣସି ପରିଚୟ ପୋଲିସ ପାଇପାରି ନାହିଁ । ଷ୍ଟେସନ ମାଷ୍ଟରଙ୍କ କହିବା ଅନୁସାରେ, ଧଳା ସାର୍ଟ ଓ କଳା ପ୍ୟାଣ୍ଟ ପିନ୍ଧା ଯୁବତୀକୁ କେହି ଜଣେ ହତ୍ୟା କରିଛି, କାରଣ ଆତ୍ମହତ୍ୟା କରିଥିବା ବେଳେ ସମସ୍ତେ ତଳକୁ ମୁହଁ କରି ଶୋଇଥାନ୍ତି । ମୃତ ଯୁବତୀଟି ଉପର ମୁହାଁ ହୋଇ ପଡିଥିବା ବେଳେ ଅଟାର ତଳୁ ଦୁଇ ଭାଗ ହୋଇଯାଇଛି । ଖବର ପାଇବାପରେ ଧନୁପାଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରି ଦେଇଛି ।

Comments are closed.