ଛାତ୍ରୀ ଟଏଲେଟରୁ ମିଳିଲା ସିସିଟିଭି କ୍ୟାମେରା: ପ୍ରଧାନଶିକ୍ଷକ ସହ ୩ ଗିରଫ

ଗୁରୁଙ୍କୁ ଭଗବାନଙ୍କ ଦରଜା ଦିଆଯାଉଥିବା ବେଳେ କେତେକ ଖଳ ପ୍ରକୃତିର ଲୋକ ଏହି ନାମକୁ ମିଟାଇବାରେ ଲାଗିଛନ୍ତି । ଏପରି ଏକ ଗୁରୁଙ୍କ କର୍ତ୍ତୃତ୍ୱ ଦେଖିବାକୁ ମିଳିଛି ମହାରାଜଗଞ୍ଜ ଟାଉନ୍ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ, ଯେଉଁଠି ଛାତ୍ରୀଙ୍କ ଶୌଚାଳୟରୁ ମିଳିଛି ସିସିଟିଭି କ୍ୟାମେରା । ଏନେଇ ପୋଲିସ ସେଠାକାର ପ୍ରଧାନ ଶିକ୍ଷକ ଓ ତାଙ୍କ ଭାଇ ସମେତ ଦୁଇ ଶିକ୍ଷକଙ୍କୁ ଗିରଫ କରିଛି । ପୋଲିସଙ୍କ କହିବା ଅନୁସାରେ, ସେହି ସ୍କୁଲର ପ୍ରଧାନ ଶିକ୍ଷକ ଓ ଅନ୍ୟ ତିନି ଜଣ ମିଶି ପ୍ରାୟ ୫-୬ମାସ ତଳେ ଛାତ୍ରୀ ଶୌଚାଳୟରେ ସିସିଟିଭି କ୍ୟାମେରା ଲଗାଇ ଭିଡିଓ ବନାଉଥିଲେ । ପରେ ଏହି ଭିଡିଓକୁ ବିଭିନ୍ନ ସୋସିଆଲ ମିଡିଆରେ ଅପଲୋଡ କରି ଟଙ୍କା କମାଉଥିଲେ । ଏନେଇ ଅଭିଭାବକମାନେ ଅଭିଯୋଗ କରିବାରୁ ସମ୍ପୂର୍ଣ୍ଣ ତଥ୍ୟ ବାହାରକୁ ଆସିଛି । ଏପରି ଜଘନ୍ୟ କାମ କରି ପରେ କିଏ ବା ଗୁରୁଙ୍କ ଉପରେ ବିଶ୍ୱାସ କରିପାରିବ !

Comments are closed.