ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍, ଓଲଟି ପଡିଲା ୯ ବଗି
ଆଜି ପୂର୍ବାହ୍ନରେ ପାରାଦ୍ୱୀପ ରଙ୍ଗିଆଗଡ ଷ୍ଟେଶନ ନିକଟସ୍ଥ ବାଉରିଆପାଳନ୍ଦାଠାରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଫଳରେ ଟ୍ରେନର ୯ଟି ବଗି ଓଲଟିପଡିବା ସହିତ ସେଥିରେ ଥିବା କୋଇଲା ରେଳଧାରଣା ପାଶ୍ୱର୍ରେ ଢାଳି ହୋଇ ପଡିରହିଛି । ରେଳବାଇ ପକ୍ଷରୁ ଅନୁଧ୍ୟାନ କରିବାରୁ ଜଣାପଡିଛି କି, କୋଇଲା ଚୋରୀ କରୁଥିବାବେଳେ ଏପରି କାଣ୍ଡ ଘଟିଛି । ଏନେଇ ଆର୍ପିଏଫ୍ ଓ ଜିଆର୍ପି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଚୋରୀ ବିଷୟରେ ଛାନଭିନ ଆରମ୍ଭ କରିଛନ୍ତି ।
Comments are closed.