ଦୀର୍ଘ ୩୦ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର ହେଲେ ବାଳିକା

ବିହାରର ମୁଙ୍ଗେର୍ ଜିଲ୍ଲାରେ ମଙ୍ଗଳବାର ସନ୍ଧ୍ୟାରେ ୩ବର୍ଷର ବାଳିକା ୧୧୦ ଫୁଟ ଗଭୀର ବୋରୱେଲକୁ ଖସି ପଡିଥିଲେ । ଦୀର୍ଘ ୩୦ଘଣ୍ଟା ଚେଷ୍ଟା ପରେ ‘ଏସ୍‌ଡିଆର୍‌ଏଫ୍‌’ ଏବଂ ‘ଏନ୍‌ଡିଆର୍‌ଏଫ୍‌’ ମିଳିତ ଉଦ୍ୟମରେ ଶିଶୁକୁ ଉଦ୍ଧାର କରାଯାଇଥିଲା । ପରେ ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ଆମ୍ବୁଲାନ୍ସ ଯୋଗେ ଶିଶୁକୁ ସଦର ଡାକ୍ତରଖାନାକୁ ନିଆଯାଥିଲା । ସେଠାରେ ଡାକ୍ତରମାନେ ଦେଖିବା ପରେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବାବେଳେ ଉପଯୁକ୍ତ ବିଶ୍ରାମ ନେବାକୁ କହିଥିଲେ ।

Comments are closed.