୫ ମାସଧରି ସାବତ ଝିଅକୁ ବଳାତ୍କାର କରି ଗର୍ଭବତୀ କଲା ବାପ
ବାପା ନାମରେ କଳଙ୍କ । ୧୪ ବର୍ଷର ନାବାଳିକାକୁ ଦୀର୍ଘ ୫ ମାସରୁ ଉର୍ଦ୍ଧ ସମୟ ଧରି ବଳାତ୍କାର କରିଆସୁଥିଲା ସାବତ ବାପା, ପରେ ନାବାଳିକାଟି ଗର୍ଭବତୀ ହେବା ପରେ ସମ୍ପୂର୍ଣ୍ଣ ଖବରଟି ସାମ୍ନାକୁ ଆସିଥିଲା । ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଦିଓ୍ଵାସ ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରେ । ପୋଲିସ ସୂତ୍ରରୁ ଖବର ମିଳିଛି କି, ନାବାଳିକାଟିକୁ ଗତ କିଛି ମାସ ଧରି ତାର ସାବତ ବାପା ବଳାତ୍କାର କରି ଆସୁଥିଲେ । ଘଟଣା ସମ୍ପର୍କରେ କାହାକୁ କିଛି କହିଲେ ମାରି ଦେବା ପାଇଁ ଧମକ ଦେଉଥିଲେ ଅଭିଯୁକ୍ତ । ନାବାଳିକାର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସ୍ଥାନୀୟ ସରକାରୀ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତରୀ ଚିକିତ୍ସା ପରେ ନାବାଳିକାଟି ଗର୍ଭବତୀ ଥିବାର ଜଣାପଡିଥିଲା । ଏନେଇ ମେଡିକାଲ ପକ୍ଷରୁ ପୋଲିସକୁ ଖବର ଦେବା ପରେ ଅଭିଯୁକ୍ତ ବିଜୟ ବଜରଙ୍ଗୀଙ୍କୁ ଧାରା ୩୭୬ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
Comments are closed.