ଅବତରଣ ସମୟରେ ପ୍ଲେନରେ ଲାଗିଲା ନିଆଁ, ଯାତ୍ରୀ ସୁରକ୍ଷିତ

ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟେରନେଶନାଲ ଏୟାରପୋର୍ଟରେ ଆଜି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି । କୁଏଟଠାରୁ ଉଡାଣ ଭରି ହାଇଦ୍ରାବାଦରେ ଅବତରଣ କରୁଥିବା ଜଜିରା ୯-୬୦୮ ପ୍ଲେନଟିରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ଘଟଣା ପରେ ଏୟାରପୋର୍ଟ ଅଧିକାରୀଙ୍କ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି । ଏହି ଦୁର୍ଘଟଣାରେ କାହାର କ୍ଷତି ହୋଇନଥିବାବେଳେ ସ୍ୱତନ୍ତ୍ର ସ୍କାର୍ଡ ପକ୍ଷରୁ ଏଥିରେ ଯାତ୍ରା କରୁଥିବା ୧୪୯ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

Comments are closed.