ଶରୀର ପାଇଁ ଦେଶୀ ଘିଅ କେତେ ଯେ ଦରକାର ଆପଣ ଜାଣନ୍ତି କି ?

ବାହାରେ ମିଳୁ ଥିବା ଘିଅ ଅପେକ୍ଷା ଦେଶୀ ଘିଅ ଶରୀର ପାଇଁ ବେଶୀ ହିତକର । ଏହା ଶରୀରକୁ ଶକ୍ତି ଯୋଗାଇବା ସହ ମୁଣ୍ଡକୁ ମଧ୍ୟ ସୁସ୍ଥ ରଖିଥାଏ । ଏହା ଶରୀରରେ ଥିବା ଅଦରକାରୀ ଜିନିଷକୁ ବାହାରକୁ ବାହାର କରିଥାଏ । ଆମ ଶରୀରର ଆବଶ୍ୟକ ଅଙ୍ଗ ଯଥା, ଆଖି, କାନ, ଚର୍ମକୁ ସୁରକ୍ଷିତ ରଖିଥାଏ । ଏହା ସହ ଆମ ଶରୀର ଥିବା ମାଂସପେଷୀକୁ ମଧ୍ୟ ଶକ୍ତ କରିଥାଏ । ଯଦି ବା କୋଲେଷ୍ଟ୍ରଲ ପାଇଁ ସାବଧାନତା ଅବଲମ୍ବନ କରାଯାଏ, ତେବେ ଏହା ଶରୀର ପ୍ରତି ବେଶୀ ପ୍ରଭାବିତ କରିନଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି । ଦେଶୀ ଘିଅରେ ଭିଟାମିନ ଏ, ଡି, ଇ, ଏବଂ କେ ଭରପୁର ରହିଛି ।  ତେବେ ଆପଣ ଯଦି କୌଣସି ହୃଦଘାତ ଜନିତ କିମ୍ବା ମେଦବହୁଳ ରୋଗରେ ଆକ୍ରାନ୍ତ ତେବେ ଏହି ଦେଶୀ ଘିଅକୁ ଖାଦ୍ୟରୁ ଏଡେଇବା ଆବଶ୍ୟକ । ସେହିପରି ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତି ପ୍ରତିଦିନ ୧୦ରୁ ୧୫ ଗ୍ରାମ ଘିଅ ଖାଇବା ଭଲ । ଯଦି ଆପଣବି ପ୍ରତିଦିନ ଖାଇବାରେ ଦେଶୀ ଘିଅକୁ ସାମିଲ କରିବେ ତାହେଲେ ଆପଣଙ୍କ ଶରୀର ପାଇଁ ବହୁତ ହିତକର ସାବ୍ୟସ୍ତ ହେବ ।

Comments are closed.