ଶିଶୁ ବଦଳକୁ ନେଇ ଚିକିତ୍ସାଳୟରେ ଉତ୍ତେଜନା

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳ ବଦଳକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବୁଧବାର ମଧ୍ୟାହ୍ନରେ ଏସ୍ଏନ୍ସିୟୁରେ ରହିଥିବା ଦୁଇ ନବଜାତ ଶିଶୁଙ୍କୁ ସ୍ତନ୍ୟପାନ ପାଇଁ ଦେବା ବେଳେ ମାଆ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ପୋଲିସ ପହଞ୍ଚି ବୁଝାବଣା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ପ୍ରକାଶ ଯେ, ଉଭୟ ମାଆଙ୍କ ନାମ ଏକା ଏକା ହୋଇଥିବାରୁ ଏହିପରି ଘଟଣା ଘଟିଥିଲା । ଘଟଣାର ତଦନ୍ତ ଲାଗି ସିଡିଏମ୍ ଓ ଏଡିଏମ୍ଓଙ୍କୁ ନିର୍ଦ୍ଦେଶ ଦେବା ସହିତ ଏହି ଘଟଣା କିପରି ପୁଣି ନହୁଏ ସେଥିପାଇଁ ତାଗିତ୍ କରିଛନ୍ତି ।

Comments are closed.