ବସ୍ ଧକ୍କାରେ ବାଇକ୍ ଚାଳକ ମୃତ

ଆଜି ସକାଳେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଏକ ସିଟି ବସ ଧକ୍କାରେ ଜଣେ ବାଇକ୍ ଚାଳକଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ବସନ୍ତ ରାଉତ ଥିବାବେଳେ ସେ ଏକ ମେଡିସିନ୍ ସ୍ପେଶାଲିଷ୍ଟ ଥିଲେ । ତେବେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଓ ହେଲପର୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ପରେ ସେଠାରେ ଉପସ୍ଥିତ ଲୋକେ ଉତ୍ତେଜିତ ହୋଇ ବସ ଭାଙ୍ଗିବା ସହିତ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ସାନ୍ତ୍ୱନା ଦେବା ସହ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Comments are closed.