ମୁକ୍ତି ଲାଭ କରିଛି “ଧଡକ” ର ଟ୍ରେଲର
ଶ୍ରୀଦେବୀଙ୍କ ବଡ ଝିଅ ଜାନବୀ ଅଭିନୀତ ଧଡକ ସିନେମା ଖୁବ୍ ଶୀଘ୍ର ପରଦାକୁ ଆସୁଅଛି । ସିନେମାଟିର ସୁଟିଙ୍ଗ୍ ସପୂର୍ଣ୍ଣ ରୂପେ ସରିଯାଇଥିବା ବେଳେ ଜୁନ୍ ୧୧ ରେ ଏହାର ଟ୍ରେଲର ମୁକ୍ତି ଲାଭ କରିଛି । ଟ୍ରେଲର ମାଧ୍ୟମରେ ଜାନବୀଙ୍କ ଅଭିନୟର କିଛିଟା ଝଲକ YouTube ମାଧ୍ୟମ ରେ ଦେଖିବାକୁ ମିଳିଛି । ଜାନବୀଙ୍କ ବିପରିତରେ ଅଭିନୟ କରିଛନ୍ତି ଶାହିଦ୍ କପୁରଙ୍କ ଛୋଟ ଭାଇ ଇଶାନ୍ ଖତ୍ତର । ଶଶାଙ୍କ ଖଇତାନ ନିର୍ଦ୍ଦେଶିତ ଏହି ସିନେମାରେ ସହ-ପ୍ରଯୋଜିତ କରିଛନ୍ତି କରନ୍ ଜୋହର୍ । ସପୂର୍ଣ୍ଣ ସିନେମାଟି ଆସନ୍ତା ମାସ ଜୁଲାଇ ୨୦ ତାରିଖରେ ମୁକ୍ତିଲାଭ କରିବ । ପରନ୍ତୁ ଦୁଃଖର କଥା ଏହି କି ଝିଅର ପ୍ରଥମ ଚଳଚ୍ଚିତ୍ର ଦେଖିପାରିବେନି ଶ୍ରୀଦେବୀ । ମରାଠୀର ବହୁ ଚର୍ଚ୍ଚିତ ସିନେମା ସାଇରାତ୍ ସହିତ ଏହାର ସାମଞ୍ଜସ୍ୟ ରହିଛି ।
Comments are closed.