ବର୍ଷା ଦିନେ କିପରି ନେବେ କେଶର ଯତ୍ନ; ଜାଣନ୍ତୁ ଏହାର କିଛି ଉପାୟ

କେଶକୁ ନେଇ ଛୋଟରୁ ବଡ ସମସ୍ତେ ଚିନ୍ତିତ । ବିଭିନ୍ନ ଋତୁରେ କିପରି ନିଜର ମୁଣ୍ଡ କୁଣ୍ଢାଇ ଷ୍ଟାଇଲ ମାରିବେ ସେଥିରେ ଲାଗିପଡନ୍ତିି ପିଳାରୁ ବୁଢା । ଖରା ଦିନ ପରେ ବର୍ଷାକୁ କିଏ ବା ଭଲ ନ ପାଏ । ହେଲେ ବର୍ଷାଦିନେ କେଶକୁ କିପରି ଷ୍ଟାଇଲ ରେ ରଖିବେ, ଜାଣନ୍ତୁ ତାହାର କେତୋଟି ସରଳ ଉପାୟ
୧- ପ୍ରତିଦିନ ମୁଣ୍ଡ ଧୋଇବା ବର୍ଷାଦିନ ପାଇଁ ବିଶେଷ ରୂପେ ଉପକାରୀ ସାବ୍ୟସ୍ତ ହୋଇଥାଏ । ଏହା ସହ ତେଲ କମ୍ ଲଗାଇବା ନିହାତି ଦରକାର ।
୨- ଆଣ୍ଟି ବ୍ୟାକ୍ଟେରିଆ ସାମ୍ପୁ ବ୍ୟବହାର ଦ୍ୱାରା ବିଭିନ୍ନ ପ୍ରକାରର ବୀଜାଣୁ ମରିଥାନ୍ତି । ଯାହାକି ପ୍ରତ୍ୟେକଙ୍କୁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ।
୩- ବର୍ଷାଦିନେ ସାଧାରଣତଃ ସବୁଆଡେ ଅପରିଷ୍କାର ହୋଇଥାଏ । ଏଥିପାଇଁ ମୁଣ୍ଡରେ ଲଗାଉଥିବା ବିଭିନ୍ନ ପ୍ରକାରର ଦ୍ରବ୍ୟକୁ ବନ୍ଦ କରିବା ଦ୍ୱାରା କେଶ ପରିଷ୍କାର ରହିଥାଏ ।

Comments are closed.