ଭାଇରାଲ ହେଲା ଭିଡିଓ , ମା କୁ ବାଡେଇଲା ପୁଅ

ସନ୍ତାନକୁ ଜନ୍ମ ଦେଇ ତାର ଭରଣ ପୋଷଣ କରିବାରେ କେତେ ଯେ କଷ୍ଟ ତାର ହିସାବ କେହି ବି କରିପାରିବେ ନାହିଁ । ଯେତେ ଦୁଃଖ କଷ୍ଟ ଆସିଲେ ବି ଗୋଟେ ମା କେବେ ବି ତାର ଛାୟା ପିଲା ଉପରେ ପଡିବାକୁ ଦିଏନାହିଁ । ପରନ୍ତୁ ସେହି ସନ୍ତାନ ବଡ ହୋଇ କିପରି ନିଜ ମା କୁ ବାଡୋଉଛି, ଜାଣନ୍ତୁ ଏହି ଦୁଃଖଦପୁର୍ଣ୍ଣ ଘଟଣା ମାଧ୍ୟମରେ । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତାପଡା ଗାଁରେ, ଯେଉଁଠି ଶ୍ରୀଧର ନାମକ ଏକ ବ୍ୟକ୍ତି ନିଜ ମା କୁ ବିଧା, ଗୋଇଠା ମାରିଛନ୍ତି । ଏହାର ଭିଡିଓ ଭାଇରାଲ ହେବା ପରେ ପୋଲିସ୍ ଶ୍ରୀଧର ଙ୍କୁ ଗିରଫ କରିଛି । ଶାଶୂ, ବୋହୂଙ୍କ ମଧ୍ୟରେ ହୋଇଥିବା ପାଟିତୁଣ୍ଡକୁ ଭିତ୍ତି କରି ଏପରି ହୋଇଥିବାର ସୂଚନା ମିଳିଛି ।

Comments are closed.