ଯୁବତୀଙ୍କୁ ଦୁର୍ବ୍ୟବହାର; ସେବାୟତ ଗିରଫ

ମହିଳାଙ୍କ ଉପରେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଦୁର୍ବ୍ୟବହାର ଦେଖିବାକୁ ମିଳୁଛି । ଏପରି ଏକ ଦୃଶ୍ୟ ଆଜି ପୁରୀ ଶ୍ରୀ ମନ୍ଦିରରେ ଦେଖିବାକୁ ମିଳିଛି । ସନ୍ତୋଷ କର ନାମକ ସେବାୟତ ମନ୍ଦିର ଭିତରେ ଏକ ଯୁବତୀ ଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସିଂହଦ୍ୱାର ପୋଲିସ୍ ତାଙ୍କୁ ଗିରଫ କରି କୋଟ୍ ଚାଲାଣ କରିଛି । ସୂଚନାମୁତାବକ, ଜଗନ୍ନାଥ ଦର୍ଶନ ପାଇଁ ଏହି ଯୁବତୀଜଣକ ସପରିବାର ସହ ପୁରୀ ଆସିଥିଲେ ପରନ୍ତୁ ନାଟ ମଣ୍ଡପଠାରେ ସନ୍ତୋଷ ତାଙ୍କୁ ଦୁର୍ବ୍ୟବହାର କରିଥିିଲେ । ଏନେଇ ଉପସ୍ଥିତ ଥିବା ଭକ୍ତଗଣ ସେବାୟତଙ୍କ ନାମରେ ଅଭିଯୋଗ କରିବାରୁ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।

Comments are closed.