ମୌସୁମୀର ପ୍ରଭାବ; ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା

ଓଡିଶାରେ ମୌସୁମୀର ଆଗମନକୁ ନେଇ ବିଭିନ୍ନ ଅଚଂଳରେ ବର୍ଷା ସହ ଘଡଘଡିର ପ୍ରକୋପ ଦେଖାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନାବଳୀ ଦିଆଯାଇଛି କି, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ମୌସୁମୀ ବର୍ଷାର ପ୍ରଭାବ ଦେଖାଇପାରେ । ଯାଜପୁର, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ  ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ସୂଚନା ଦେଇଛି ।

Comments are closed.