ପରଦାକୁ ଆସିଲା ଇରଫାନଙ୍କ ଅଭିନୀତ Karwaan ର ଟ୍ରେଲର

ଖୁବଶିଘ୍ର ବଲିଉଡ ଅଭିନେତା ଇରଫାନ୍ ଖାଁନଙ୍କ ‘Karwaan’ ଚଳଚ୍ଚିତ୍ର ପରଦାକୁ ଆସିବାକୁ ଯାଉଛି । ଯାହାର ଟ୍ରେଲର ଆଜି ୟୁଟ୍ୟୁବରେ ମୁକ୍ତି ଲାଭ କରିଛି । ଅକର୍ସ ଖୁରାନାଙ୍କ ନିର୍ଦ୍ଦେଶିତ ଏହି ସିନେମାଟି ସଂପୂଣ୍ଣ ରୂପେ ଏକ ରୋଡ ଯାତ୍ରା ଉପରେ ଆଧାରିତ । ଇରଫାନଙ୍କ ସମେତ ମଲୟାମ ଅଭିନେତା ଡୁଲକ୍ୱିର ସଲମାନ ଓ ଅଭିନେତ୍ରୀ ମିଥିଲା ପାଲକର ଏଥିରେ ମୁଖ୍ୟ ଭୂମିକା ରୂପେ ନଜର ଆସିବେ । କିପରି ତିନି ଜଣ ଏକ ରାସ୍ତାରେ ଭେଟ ହୋଇ ମଜା, ମସ୍ତି ସହିତ ବହୁ ଅସୁବିଧାର ସମ୍ମୁଖୀନ କରୁଛନ୍ତି ଓ ପରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରୁଛନ୍ତି ତାହା ଉପରେ ସିନେମା । ଏହାର ସଂପୂର୍ଣ୍ଣ ସିନେମାଟି ଆସୁଥିବା ଅଗଷ୍ଟ ୩ ତାରିଖରେ ବଡ ପରଦାରେ ମୁକ୍ତି ଲାଭ କରିବ ।

Comments are closed.