ମହିଳାଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସହାୟତା ରାଶି ୭ ଲକ୍ଷକୁ ବୃଦ୍ଧି କଲେ ନବୀନ

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ ଏକ ଖୁସି ଖବର ଆଣିଦେଇଛନ୍ତି । ପୂର୍ବରୁ ଥିବା ମହିଳା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସହାୟତ ରାଶି ୫ ଲକ୍ଷରୁ ୭ ଲକ୍ଷକୁ କରିଛନ୍ତି, ଯାହାର ଆରମ୍ଭ ଚଳିତ ମାସ ଜୁନ ୧୨ ତାରିଖରେ ହୋଇଥିଲା । ମାଲକାନଗିରିରେ ଅନୁଷ୍ଠିତ କାର୍ଯ୍ୟକ୍ରମ ‘ଆମ ଗାଁ ଆମ ବିକାଶ’ ଅବସରରେ ମହିଳାଙ୍କ ଆବଶ୍ୟକତାକୁ ଦେଖି ନବୀନ ଏପରି ନିଷ୍ପତି ନେଇଛନ୍ତି, ଯାହାର ଅଗଷ୍ଟ ୧୫ରୁ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳୁଛି । ଏହା ଦ୍ୱାରା ରାଜ୍ୟର ପ୍ରାୟଃ ୭୦ ଲକ୍ଷ ପରିବାରର ୩ କୋଟି ଲୋକ ଉପକୃତ ହେବେ ।

Comments are closed.