ଟିଟିଲାଗଡର ରେଲୱେ ଷ୍ଟେସନରୁ ନକଲି ନୋଟ ଜବତ

ଓଡିଶାର ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ରେଲୱେ ଷ୍ଟେସନରୁ ପୋଲିସକୁ ମିଳିଛି ବଡ ସଫଳତା । ୪ ଲକ୍ଷ ୬୮ ହଜାର ନକଲି ନୋଟ
ସହ ଗିରଫ ହୋଇଛି ଏକ ବ୍ୟକ୍ତି । ବ୍ୟକ୍ତି ଜଣକ ହେଉଛନ୍ତି ବରଗଡ ଜିଲ୍ଲା ଅନ୍ତର୍ଗତ ଭଟଲି ଗାଁର ବାଳକୃଷ୍ଣ ଭୋଇ । ସୂଚନାନୁସାରେ, ବାଳକୃଷ୍ଣ ତପସ୍ୱିନ ଏକ୍ସପ୍ରେସରେ ଯାତ୍ରା କରୁଥିବା ବେଳେ ଏକ ସି.ଆର.ପି.ଏଫ୍ ଜବାନଙ୍କ ସହ କୌଣସି କାରଣ ବଶତଃ ଝଗଡା ହୋଇଥିଲା । ପରେ ପୋଲିସ ଆସି ଘଟଣାର ତଦନ୍ତ କରିବା ପରେ ବାଳକୃଷ୍ଣଙ୍କ ଠାରୁ ନକଲି ନୋଟ ଜବତ ହୋଇଛି । ଏତେ ସାରା ନକଲି ନୋଟ ଆସିଲା କେଉଁଠୁ, ତାହାର ଖୋଳତାଡ କରୁଛି ପୋଲିସ ।

Comments are closed.