ଚଣ୍ଡିଖୋଲରେ ପେଟ୍ରୋଲିୟମ ଡିପୋ ପାଇଁ ମଞ୍ଜୁରୀ ଦେଲା କ୍ୟାବିନେଟ

ଯାଜପୁର ଜିଲ୍ଳା ଅନ୍ତର୍ଗତ ଚଣ୍ଡିଖୋଲ ଠାରେ ପେଟ୍ରୋଲିୟମ ଡିପୋର ପ୍ରତିଷ୍ଠା ପାଇଁ ମଞ୍ଜୁରୀ ଦେଇଛି କ୍ୟାବିନେଟ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଆଜିର କ୍ୟାବିନେଟ ସଭାରେ ଏହାର ନିଷ୍ପତ୍ତି ନିଆଯାଇଛି । ୪ ମିଲିୟନ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଏହି ଡିପୋର ପ୍ରତିଷ୍ଠା ପାଇଁ ପୁର୍ବରୁ କେନ୍ଦ୍ର ବଜେଟ ଘୋଷଣା କରାଯାଇଥିଲା । ଚଣ୍ଡିଖୋଲ ପରି କର୍ଣ୍ଣାଟକର ପୋଡୁରରେ ମଧ୍ୟ ଏପରି ଏକ ଡିପୋର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ଦେଇଛି କ୍ୟାବିନେଟ ।

Comments are closed.