ମୁକ୍ତିଲାଭ କଲା ଅକ୍ଷୟ କୁମାରଙ୍କ Gold ସିନେମାର ଟ୍ରେଲର

ବଲିଉଡର ଖିଲାଡି ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ‘Gold’ ର ଅଫିସିଆଲ ଟ୍ରେଲର ମୁକ୍ତଲାଭ କରିଛି ଆଜି । ସିନେମାଟି ସପୂର୍ଣ୍ଣ ରୂପେ ମୁକ୍ତ ଭାରତର ପ୍ରଥମ ଅଲିମ୍ପିକ୍ ହକି ମେଡାଲ ହାସଲ ବିଷୟ ଉପରେ ଆଧାରିତ । ରିମା କାଗତିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ସିନେମାରେ ମୁଖ୍ୟ ଅଭିନେତ୍ରୀ ରୂପେ ଚଳଚ୍ଚିତ୍ରର ନାୟିକା ମୌନି ରାୟ ଅଭିନୟ କରିଛନ୍ତି । ଅନ୍ୟ କଳାକାର ରୂପେ ଅମିତ ଶାହ, କୁନାଲ କପୁର, ଭିନିତ ସିଂହ ଓ ସୁନି କୌଶାଲ ନଜର ଆସିବେ । ତେବେ ସଂପୂର୍ଣ୍ଣ ଚଳଚ୍ଚିତ୍ରଟି ଆସନ୍ତା ଅଗଷ୍ଟ ମାସ ୧୫ ତାରିଖରେ ମୁକ୍ତି ଲାଭ କରିବ ବୋଲି କୁହାଯାଇଛି ।

Comments are closed.