ସ୍କୁଲ ବନ୍ଦ କରିବା ରାଗରେ ସାନ ପିଲାକୁ ହତ୍ୟାକଲା ଦଶମ ଶ୍ରେଣୀ ଛାତ୍ର

ଗତ ଶୁକ୍ରବାର ଦିନ ଭଦୋଦରା ଶ୍ରୀ ଭାରତୀ ବିଦ୍ୟାଳୟରେ ଏପରି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ବି ସ୍ତବ୍ଧ ହୋଇଯିବେ । ଦଶମ ଶ୍ରେଣୀର ଏକ ଛାତ୍ର ସ୍କୁଲ ବନ୍ଦ କରିବା ପାଇଁ ପାଗଳାମିର ଶେଷ ସିମା ଟପି ନବମ ଶ୍ରେଣୀର ଦେବ ତଡଭି ନାମକ ପିଲାକୁ ସ୍କୁଲ ଟଏଲେଟ ଭିତରେ ହତ୍ୟା କରିଛି । ବିଭିନ୍ନ ପ୍ରକାର ତଦନ୍ତ ଓ ସିସିଟିଭି କ୍ୟାମେରାର ଫୁଟେଜ ଦେଖିବା ପରେ ହତ୍ୟାକାରୀ ପାଖରେ ପହଞ୍ଚି ପାରିଛି ପୋଲିସ । ପଚାରଉଚାର ପରେ ଜଣା ପଡିଲା କି ସ୍କୁଲ ବନ୍ଦ ଓ ଶିକ୍ଷକଙ୍କ ଉପରେ ଥିବା ରାଗର ପ୍ରତିଶୋଧ ନେବା ପାଇଁ ଏପରି କରିଛି ସେହି ପିଲା । ୧୪ ବର୍ଷର ତଡଭିଙ୍କୁ ୧୨ ଇଞ୍ଚର ଛୁରି ଦ୍ୱାରା ୩୧ ଥର ଆଘାତ କରି ୯୦ ସେକେଣ୍ଡ ଭିତରେ ମାରି ଦୌଡି ପଳାଇଥିବାର ଭିଡିଓ ସିସିଟିଭି କ୍ୟାମେରାରେ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଅଭିଯୁକ୍ତ ପିଲାକୁ ଗିରଫ କରି ମସ୍ତିଷ୍କର ଚେକଅପ୍ କରାଇବା ପାଇଁ କହିଛନ୍ତି ସେଠାକାର ମୁଖ୍ୟ ମନ୍ତୀ ବିଜୟା ରୁପାନି ।

Comments are closed.