ସ୍ମାର୍ଟ କରାଏ ଆଇସକ୍ରିମ
ଆଇସକ୍ରିମ ଖାଇବାକୁ କାହାକୁ ବା ଭଲ ନ ଲାଗେ । ବିଷେଶ କରି ଖରାଦିନେ ବିଭିନ୍ନ ପ୍ରକାର ଫ୍ଲେବରରେ ପ୍ରସ୍ତୁତ ଆଇସକ୍ରିମ ମଜା ନିଅନ୍ତି ସମସ୍ତେ । ଏହାକୁ ଖାଇବା ଦ୍ୱାରା ଯେ ଖାଲି ପାଟିର ଦ୍ୱାଦ ବଢିଥାଏ ତାହା ନୁହେଁ, ଆପଣଙ୍କୁ ସ୍ମାର୍ଟ ବନେଇବାରେ ବି ଏହା ଯଥେଷ୍ଟ ସାହାର୍ଯ୍ୟ କରିଥାଏ ।
ଜାପାନିମାନେ ବିଭିନ୍ନ ଗବେଷଣା କରିି ଦର୍ଶାଇଛନ୍ତି କି, ଦିନର ଥକା ଦୂର କରିବା ଓ ମସ୍ତିଷ୍କକୁ ଦ୍ରୁତ ଗତିରେ ଚଲାଇବା ପାଇଁ ବ୍ରେକଫାଷ୍ଟରେ ଆଇସକ୍ରିମ ଖାଇବା ଦରକାର । କୌରିନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ୟୋସିହିକୋ କୋଗା କହିଛନ୍ତି ସକାଳ ସମୟରେ ଆଇସକ୍ରିମ୍ ଖାଇବା ଦ୍ୱାରା ଶରୀରକୁ ଏନର୍ଜି ମିଳିବା ସହ କିଛି ପାଗଳାମି କରିବା ପାଇଁ ଇଛା ହୁଏ, ଯାହା ଦ୍ୱାରା ସତେଜ ପଣ ବାହାରକୁ ଆସିଥାଏ ।
ଯଦି ଆପଣ ବି ଏହାର ସତ୍ୱତା ଆପଣେଇବା ପାଇଁ ଚାହାନ୍ତି ତେବେ ଗୋଟେ ଦିନ ସକାଳୁ ଆଇସକ୍ରିମ୍ ଖାଆନ୍ତୁ, ଆଉ ଦିନଟି କିପରି ଲାଗିଲା ଜାଣନ୍ତୁ ।
Comments are closed.