ଆଜି ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ

ଆଜି ସଂଗଠିତ ହେବ ଚଳିତ ବର୍ଷର ବିରଳ ପୂର୍ଣ୍ଣ ସୂର୍ଯ୍ୟପରାଗ । ଆମେରିକା, କାନାଡା, ମେକ୍ସିକୋର କେତେକ ଅଞ୍ଚଳରେ ଏହା ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ। ଏହାର ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟପରାଗ ଦେଖାଯିବ ।

ଭାରତୀୟ ସମୟ ରାତି ୯ଟା ୧୨ ମିନିଟ୍ ରେ ଆରମ୍ଭ ହୋଇ ପରଦିନ ଭୋର୍ ୨ଟା ୨୨ ମିନିଟ୍ ସମୟରେ ଶେଷ ହେବ ପୂର୍ଣ୍ଣ ସୂର୍ଯ୍ୟପରାଗ । ସର୍ବାଧିକ ପରାଗ ରାତି ୧୧ଟା ୪୭ ମିନିଟ୍ ସମୟରେ ଦେଖାଯିବ । ତେବେ ଏହି ପୂର୍ଣ୍ଣ ସୂର୍ଯ୍ୟପରାଗ ଭାରତର କୌଣସି ଅଞ୍ଚଳରେ ଦେଖାଯିବ ନାହିଁ।

ପୃଥିବୀ ଓ ସୂର୍ଯ୍ୟ ମଝିରେ ଚନ୍ଦ୍ର ଏକ ସରଳରେଖାରେ ରହିଥାଏ ଓ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିଥାଏ । ଫଳରେ ସୂର୍ଯ୍ୟ ଦେଖାଯାଇନଯିବା ସହ ଦିନବେଳା ରାତିରେ ଭ୍ରମ ସୃଷ୍ଟି ହୋଇଥାଏ ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ସୂର୍ଯ୍ୟପରାଗକୁ ଖାଲି ଆଖିରେ ଦେଖିପାରିବେ। ପରାଗ ସମ୍ପୂର୍ଣ୍ଣ ଗ୍ରାସ କରିବା ପରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିହେବ। ଏଥିପାଇଁ କୌଣସି ସନ୍ ଗ୍ଲାସର ବ୍ୟବହାର ମଧ୍ୟ କରିବାକୁ ପଡ଼ିବନି।

Comments are closed.