ଚିନ୍ତାରେ ଗ୍ରାହକ , ବଢ଼ି ଚାଲିଛି ସୁନା ଡର

ଭାରତରେ ସୁନା ଏବଂ ରୂପା ମୂଲ୍ୟ କ୍ରମାଗତ ଭାବରେ ନୂତନ ରେକର୍ଡ ଛୁଉଁଛି। ପ୍ରଥମ ଥର ପାଇଁ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ୭୧,୦୦୦ ଟଙ୍କା ଅତିକ୍ରମ କରିଛି। ରୂପା ଦାମ୍‌ରେ ମଧ୍ୟ ବୃଦ୍ଧି ଘଟି ୮୧,୦୦୦ରେ ପହଞ୍ଚିଛି।

MCX ଉପରେ ସୁନାର ସର୍ବୋଚ୍ଚ ମୂଲ୍ୟ ୧୦ ଗ୍ରାମ ପ୍ରତି ୭୧୦୫୭ ଟଙ୍କା ରହିଛି। ଆଜି ସୁନାରେ ୪୦୦ରୁ ଅଧିକ ଟଙ୍କା ବୃଦ୍ଧି ଦେଖିବାକୁ ମିଳୁଛି ଏବଂ ଏହା ସର୍ବାଧିକ ହାରରେ କାରବାର କରୁଛି।

ରୂପାର ଚମକ ଆଜି ବହୁତ ବୃଦ୍ଧି ପାଇଛି ଏବଂ କାରବାର ଖୋଲିବା ମାତ୍ରେ ଏହା ୧୦୪୦ରୁ ଅଧିକ ଟଙ୍କା ବୃଦ୍ଧି ପାଇଛି। ରୂପା ୮୧,୦୦୦ ଟଙ୍କା ମୂଲ୍ୟ ଅତିକ୍ରମ କରିସାରିଛି ଏବଂ ବର୍ତ୍ତମାନ ଏହା ୮୨,୦୦୦ ଟଙ୍କା ପାଖାପାଖି ଗତି କରୁଛି। MCX ଉପରେ ରୂପାର କିଲୋଗ୍ରାମ ପିଛା ୮୧୯୫୫ ଟଙ୍କା ମୂଲ୍ୟ ରହିଛି, ଯାହା ଏହାର ସର୍ବକାଳୀନ ଉଚ୍ଚ ସ୍ତର।

Comments are closed.