ଆଜି ବିଜେପିର ବିଜେପିର ୪୫ ତମ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ: ବିଜେପି ଆଜି ୪୫ତମ ସ୍ଥାପନା ଦିବସ ପାଳନ କରୁଛି। ପାର୍ଟି ୬ ଅଗଷ୍ଟ ୧୯୮୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହି ବର୍ଷଗୁଡ଼ିକ ମଧ୍ୟରେ ବିଜେପି ଆଜି ବିଶ୍ୱର ଅନ୍ୟତମ ଲୋକପ୍ରିୟ ଦଳ ହୋଇପାରିଛି। ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶରେ ଉପସ୍ଥିତ ଥିବା ଦଳର କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ସେହି ସମସ୍ତ ମହିଳା ଏବଂ ପୁରୁଷଙ୍କ କଠିନ ପରିଶ୍ରମ, ସଂଘର୍ଷ ଏବଂ ବଳିଦାନକୁ ସମ୍ମାନର ସହ ମନେ ପକାଇଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ଦଳ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ସେ ଆତ୍ମବିଶ୍ୱାସରେ କହିପାରିବେ ଯେ ବିଜେପି ହେଉଛି ଦେଶର ପ୍ରିୟ ଦଳ, ଯାହା ସର୍ବଦା ‘ନେସନ ଫାଷ୍ଟ୍‌’ ବା ‘ଦେଶ ଆଗ’ କୁ ଦୃଷ୍ଟିରେ ରଖି କାର୍ଯ୍ୟ କରିଆସୁଛି।

Comments are closed.