ଖରାରେ କାମ କରିବେ ନାହିଁ ଶ୍ରମିକ

ଖରାରେ କାମ କରିବେନି ଶ୍ରମିକ । ଶ୍ରମ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଦିନ ୧୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ କାମ କରିବା ପାଇଁ ବାରଣ କରାଯାଇଛି । ଏପ୍ରିଲ ମାସରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଏହା କଡ଼ାକଡ଼ି ଭାବେ ଲାଗୁ କରାଯିବ । ଏଥିପାଇଁ ରାଜସ୍ୱ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଚିଠି କରାଯାଇଛି । ଆବଶ୍ୟକ ସ୍ଥଳେ କାର୍ଯ୍ୟନିର୍ଘଂଟର ସମୟ ପରିବର୍ତ୍ତର୍ନ କରାଯାଇପାରିବ । ଏନେଇ ରାଜ୍ୟ ତଥା ରାଜ୍ୟରେ ଥିବା ଭାରତ ସରକାରଙ୍କ ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଏବଂ ଠିକାଦାରମାନଙ୍କୁ ଅନୁରୋଧ କରାଯାଇଛି ।

ଚଳିତ ଏପ୍ରିଲ ମାସରେ ଖରା ବୃଦ୍ଧି ପାଉଥିବା ଦୃଷ୍ଟିରୁ ଗ୍ରୀଷ୍ମ ଋତୁରେ ଅଂଶୁଘାତ ବଢିଥାଏ । ଏଣୁ ସଂପୂର୍ଣ୍ଣ ଖରାରେ କାର୍ଯ୍ୟରତ ଶ୍ରମିକମାନେ କାମ ନକରିବା ପାଇଁ କୁହାଯାଇଛି ।

Comments are closed.