ମାଧବୀ ଲତାଙ୍କି Y+ ସୁରକ୍ଷା

ହାଇଦ୍ରାବାଦ ଲୋକସଭା ଆସନରେ ହେବ ହାଇ ଭୋଲଟେଜ ଲଢ଼େଇ। ଏହି ଆସନରୁ AIMIM ଦଳ ତରଫରୁ ଆସଦୁଦ୍ଦିନ ଓୱେସି ମଇଦାନକୁ ଓହ୍ଲାଇଥିବା ବେଳେ ତାଙ୍କ ବିରୋଧରେ ବିଜେପି ମାଧବୀ ଲତାଙ୍କୁ ପ୍ରାର୍ଥୀ କରିଛି। ତେବେ ନିର୍ବାଚନ ପୂର୍ବରୁ ଅଘଟଣ ଆଶଙ୍କାରେ ମାଧବୀ ଲତାଙ୍କୁ Y+ ସୁରକ୍ଷା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର।

ଗୁଇନ୍ଦା ସୂଚନା ଆଧାରରେ ମାଧବୀ ଲତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। Y+ ସୁରକ୍ଷା ବ୍ୟବସ୍ଥାରେ ୧୧ ସଶସ୍ତ୍ର କମାଣ୍ଡୋ ସବୁବେଳେ ମାଧବୀ ଲତାଙ୍କ ସୁରକ୍ଷାରେ ନିୟୋଜିତ ହେବେ। ସେମାନଙ୍କ ମଧ୍ୟରୁ ୫ ଜଣ ସବୁବେଳେ ମାଧବୀ ଲତାଙ୍କୁ ଘେରି ରହିବେ। ଅବଶିଷ୍ଟ ୬ ଜଣ ସିଫ୍ଟ ଅନୁଯାୟୀ ୨୪ ଘଣ୍ଟା ଡ୍ୟୁଟି କରିବେ ବୋଲି ଜଣାଯାଇଛି।

Comments are closed.