ସର୍ବସମୁଖେ ବୋହୂ ଘୋଷାରି ଘୋଷାରି ନେଲା ଶାଶୂଙ୍କୁ

ସତରେ କେଡେ ନିର୍ଦ୍ଦୟ ଏ ମଣିଷ ସମାଜ । କେବେ ଛୋଟ ପିଲାଙ୍କୁ ବାଟରେ ଫୋପାଡି ଦେଉଛନ୍ତି ତ ଆଉ କେବେ ବୟସ୍କ ଲୋକଙ୍କୁ ହଇରାଣ କରୁଛନ୍ତି । ଏପରି ଏକ ଦୁଃଖଦ ଘଟଣା ଘଟିଛି ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲଟ ବ୍ଲକ୍ ତାରପାଳି ଗାଁରେ । ଯେଉଁଠି ଏକ ବୋହୂ ୭୫ ବର୍ଷିୟା ନିଜ ଶାଶୂଙ୍କୁ ଗାଁ ଦାଣ୍ଡରେ ଘୋଷାରି ଘୋଷାରି ନେଉଛନ୍ତି । ବୃଦ୍ଧାଜଣକ ସାହାର୍ଯ୍ୟପାଇଁ ଯେତେ କାକୁତି ମିନତି ହେଲେ ମଧ୍ୟ ପାରିବାରିକ କଳହ ଯୋଗୁଁ କେହି ଉଦ୍ଧାର କରି ନଥିଲେ । ଏହାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇ ଖୁବ୍ ଚର୍ଚ୍ଚିତହେବାରେ ଲାଗିଲାଣି । ପରେ ସପୃକ୍ତା ବୃଦ୍ଧା ଜଣକ ବୋହୂ ବାଳମତି ନାମରେ ଥାନାରେ ଅଭିଯୋଗ କରିଥିଲେ, ଫଳରେ ପୋଲିସ୍ ବୋହୂକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାଟି କୌଣସି ଜମିଜମା ଘଟଣାକୁ ନେଇ ହୋଇଥିବାର ସୂଚନା ମିଳିଛି ।

Comments are closed.