ରାଜୀବ ଗାନ୍ଧୀ ଭଳି ମୋଦିଙ୍କୁ ହତ୍ୟା ଧମକ ଦେଲେ ମାଓବାଦୀ

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରାଯିବା ନେଇ ଏକ ମାଓବାଦୀ ସଂଗଠନ ସୂଚନା ଦେଇଛନ୍ତି । ଏହି ଧମକପୂର୍ଣ୍ଣ ବାର୍ତ୍ତା ମାଓବାଦୀ ଏକ ଚିଠି ମାଧ୍ୟମରେ ଜଣାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଯେଉଁଭଳି ଭାବେ ହତ୍ୟା କରାଯାଇଥିଲା ଠିକ ସେହି ଢଙ୍ଗରେ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରାଯାଇପାରେ । ସୂଚନା ଅନୁଯାୟୀ ଉକ୍ତ ଚିଠିକୁ ଏକ କୋର୍ଟରୁ ଜବତ କରାଯାଇଛି । ଏହି ଚିଠିରେ ଲେଖାଯାଇଛି ଯେ, ମୋଦି ସରକାର ଆଦିବାସୀଙ୍କ ଜୀବନରେ ହସ୍ତକ୍ଷେପ କରୁଛନ୍ତିା ବିହାର ଓ ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟ ୧୫ଟି ରାଜ୍ୟରେ ମୋଦି ସରକାର ଗଠନ କରିିସାରିଲେଣି । କିନ୍ତୁ ଏହି ଘଟଣା ଭବିଷ୍ୟତରେ ମୋଦିଙ୍କୁ ବହୁ ଅସୁବିଧାରେ ପକାଇ ପାରେ । ଏହା ସହ ଆହୁରି ଲେଖାଯାଇଛି କିଛି କମ୍ରେଡ କିସାନ ଓ ବରିଷ୍ଠ କମ୍ରେଡ ମୋଦି ରାଜ୍କୁ ଶେଷ କରିପାରନ୍ତି । ରାଜୀବ ଗାନ୍ଧୀ ଭଳି କୌଣସି ସଭା କିମ୍ବା ରୋଡ ସୋରେ ମୋଦିଙ୍କୁ ଟାର୍ଗେଟ କରାଯାଇପାରେ । ହିନ୍ଦୁତ୍ୱବାଦୀକୁ ଶେଷ କରିବା ଆମର ଲକ୍ଷ୍ୟ ବୋଲି ମାଓବାଦୀ ଜଣାଇଛନ୍ତି ।

Comments are closed.