ଆଜି ଭାରତ ଓ ନ୍ୟୁଜଲ୍ୟାଣ୍ଡ ହାଇଭୋଲଟେଜ ଲଢେଇ

ନୂଆଦିଲ୍ଲୀ : ଆଜି ବିଶ୍ୱକପରେ ସବୁଠୁୁ ବଡ଼ ମୁକାବିଲା । ଧର୍ମଶାଳାରେ ଦୁଇ ଅପରାଜେୟ ଟିମ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଲଢେଇ । ଉଭୟ ୪ଟି ଲେଖାଏଁ ମ୍ୟାଚ ଜିତି ସାରିଥିବାଥିବା ବେଳେ ଆଜି ପଏଂଟ ଟେବୁଲରେ ଶୀର୍ଷରେ କିଏ ତାହା ପାଇଁ ଲଢେଇ ହେବ । ଉଭୟ ଟିମ ଫର୍ମରେ ଥିବା ବେଳେ ବଡ଼ ସ୍କୋର ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ତେବେ ଧର୍ମଶାଳା ଷ୍ଟାଡିୟମରେ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

କାରଣ ଏଠାରେ ଖେଳାଯାଇଥିବା ବିଶ୍ୱକପର ତିନିଟି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ବିଜୟ ଲାଭ କରିଛି । ସନ୍ଧ୍ୟା ବେଳେ ବୋଲରଙ୍କୁ ଅଧିକ ସୁଇଙ୍ଗ୍ ମିଳୁଛି । ଭାରତୀୟ ଟିମରେ ବ୍ୟାଟିଂରେ ସେପରି କୌଣସି ପରିବର୍ତନ ହୋଇନପାରେ । କିନ୍ତୁ ଅଲରାଣ୍ଡର ହାର୍ଦିକ ପାଣ୍ଡ୍ୟା ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଅବା ଇସାନ କିଶାନଙ୍କୁ ସୁଯୋଗ ମିଳିପାରେ । ସୁର୍ଯ୍ୟକୁମାର ଖେଳିବା ନେଇ ପୂର୍ବରୂ ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ସୂଚନା ଦେଇସାରିଛନ୍ତି । ବୋଲିଂରେ ଆଜି ମହମ୍ମଦ ସାମିଙ୍କୁ ସୁଯୋଗ ମିଳିପାରେ । ନ୍ୟୁଜିଲ୍ୟାଣ୍ଡ ପାଖରେ ଡେଭନ କନୱେ, ରାଚିନ ରବୀନ୍ଦ୍ର, ୱିଲ ୟଙ୍ଗ୍, ଡାରେଲ ମିଚେଲ ଭଳି ବ୍ୟାଟିଂ ଲାଇନଅପ ରହିଥିବା ବେଳେ ଭାରତ ପାଖରେ ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି, ଲୋକେଶ ରାହୁଲଙ୍କ ଭଳି ବ୍ୟାଟର ଅଛନ୍ତି ।

Comments are closed.