ଶପଥ ଗ୍ରହଣ କଲେ ସୁପ୍ରିମ କୋର୍ଟର ୩ ବିଚାରପତି

ସୁପ୍ରିମକୋର୍ଟର ବିଚାରପତି ଭାବେ ଯୋଗ୍ୟ ବିବେଚିତ ହୋଇଥିବା ୩ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି । ଏହି ୩ ଜଣ ବିଚାରପତିଙ୍କୁ ଶପଥପାଠ କରାଇଥିଲେ ସୁପ୍ରିମକୋର୍ଟର ମୁଖ୍ୟ ଜଷ୍ଟିସ୍ ଦୀପକ ମିଶ୍ର । ପ୍ରଥମେ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ, ପରେ ଭିନିତା ସରନ ଓ କେ ଏମ ଜୋଶେଫ କ୍ରମାନ୍ୱୟରେ ଶପଥ ଗ୍ରହଣ କରିଥିଲେ । ସୁପ୍ରିମକୋର୍ଟରେ ମୋଟ ୩୧ ଜଣ ବିଚାରପତି ରହିବାର ବ୍ୟବସ୍ଥା ରହିଥିବା ବେଳେ ଏବେ ନୂଆ ବିଚାରପତିଙ୍କୁ ମିଶାଇ ୨୫ ଜଣ ଅଛନ୍ତି । ଯେଉଁଥିରୁ ୩ ଜଣ ହେଉଛନ୍ତି ମହିଳା ବିଚାରପତି ।

Comments are closed.