ବନ୍ଧୁକମୁନରେ ୨୦୦ କେଜିର କେଶ ଲୁଟ

ବନ୍ଧୁକ ମୁନରେ ଭୟଭୀତ କରାଇ ଲୁଟିଛନ୍ତି ୨୦୦ କେଜିର କେଶ, ଯାହାର ମୂଲ୍ୟ ପାଖାପାଖି ୨୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି ପୋଲିସ । ସୂଚନା ଅନୁସାରେ, ମଙ୍ଗଳ ସେନ୍ ଓ ଅଜୟ କୁମାର ନାମକ ଦୁଇ ଜଣ କେଶ ବ୍ୟବସାୟ କରୁଥିଲେ, ପରନ୍ତୁ ବେପାରରେ ଲାଭ ବଦଳରେ କ୍ଷତି ହେଉଥିଲା । ଯେଉଁଥିପାଇଁ ସେ ଦୁହେଁ ଜାହାଙ୍ଗିର ହୁସେନ ନାମକ ଅନ୍ୟ ଏକ ବ୍ୟବସାୟୀଙ୍କ ଦୋକାନରୁ କେଶ ଚୋରୀ କରିବା ପାଇଁ ଯୋଜନା ପାଞ୍ଚିଥିଲେ । ଗତ ଜୁଲାଇ ୨୭ରେ ଜାହାଙ୍ଗିରଙ୍କୁ ବନ୍ଧୁକ ଦେଖାଇ ୨୦୦ କେଜିର କେଶ, ୩ଟି ଫୋନ୍ ଓ ୩୦ ହଜାର ଟଙ୍କା ଲୁଟିନେଇଥିଲେ ଏହି ୨ ଦୁର୍ବୁତ୍ତ । ଏନେଇ ଜାହାଙ୍ଗିର ପୋଲିସରେ ଅଭିଯୋଗ କରିଥିଲେ । ଫଳରେ ବହୁ ଛାନଭିନ କରି ଉତ୍ତର ପ୍ରଦେଶ ବରେଲିର ମଙ୍ଗଳ ଓ ଅଜୟଙ୍କୁ ଗାଙ୍ଗଲୋଇ ଅଞ୍ଚଳରୁ ଗିରଫ କରିଛି ପୋଲିସ ।

Comments are closed.