କାହିଁକି ହୁଏ ରୁପି ସମସ୍ୟା, ଏହା ପଛର କାରଣ କଣ

ଅନେକଙ୍କ କ୍ଷେତ୍ରରେ ଡ୍ୟାଡରଫ୍ ବା ରୁପି ସମସ୍ୟା ଦେଖାଦେଇଥାଏ । କେତେକଙ୍କ କ୍ଷେତ୍ରରେ ବର୍ଷସାରା ରୁପି ସମସ୍ୟା ଲାଗି ରହିଥାଏ । ବିଶେଷକରି ଶୀତଦିନରେ ଏହା ଅତ୍ୟଧିକ ପରିମାଣରେ ହୋଇଥାଏ । ହେଲେ ଏହା ପଛର କାରଣ କ’ଣ ଓ ଏହାକୁ କିପରି ନିୟନ୍ତ୍ରଣରେ ରଖିହେବ, ଜାଣି ରଖିବା ଜରୁରୀ ।

• ରୁପି ହେବାର ବିଭିନ୍ନ କାରଣ ରହିଛି

• ରୁପି ହେବା ଜେନେଟିକ୍ କାରଣରୁ ହୋଇପାରେ

• ଏହାସହ କେଉଁ ପରିବେଶରେ ରହୁଛନ୍ତି, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ

• ଅତ୍ୟଧିକ ପ୍ରଦୂଷଣ ମଧ୍ୟ ରୁପିର କାରଣ ହୋଇପାରେ

• ଶୀତଦିନେ ହିଁ ସବୁଠୁ ଅଧିକ ରୁପି ହୋଇଥାଏ

• ବାୟୁମଣ୍ଡଳରେ ଶୁଷ୍କତା ରୁପି ସମ୍ୟା ବଢ଼ାଇଥାଏ

• ରୁପିକୁ ସମ୍ପୂର୍ଣ୍ଣ ହଠାଇବା କଷ୍ଟକର ବ୍ୟାପାର

• ରୁପିକୁ ନିୟନ୍ତ୍ରଣ କରିବା ପାଇଁ ଷ୍ଟିରଏଡ ଲୋସନ, ଆଂଟି ଡ୍ୟାଂଡରଫ୍ ସାମ୍ପୁ ବ୍ୟବହାର କରନ୍ତୁ

• ଡାକ୍ତରଙ୍କ ପରାମର୍ଶ ପରେ ହିଁ ଲୋସନ କିମ୍ବା ସାମ୍ପୁ ବ୍ୟବହାର କରନ୍ତୁ

• ରୁପି ନିୟନ୍ତ୍ରଣ ପାଇଁ ମୁଣ୍ଡରେ ଲେମ୍ବୁ ଲଗାଇପାରିବେ

• ଅନ୍ୟ କିଛି ପ୍ରସଙ୍ଗ ଉପରେ ମଧ୍ୟ ଦୃଷ୍ଟି ଦେବାକୁ ପଡ଼ିବ

• ବାହାରକୁ ଗଲେ ଚୁଟିକୁ ଘୋଡ଼ାଇ ରଖିବା ମଧ୍ୟ ଜରୁରୀ

• ଏକ ସନ୍ତୁଳିତ ଖାଦ୍ୟ ଓ ଜୀବନ ଶୈଳୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ

Comments are closed.