ହାତୀ ପିଠିକୁ ନିଆଁହୁଳା ପିଙ୍ଗିଥିବା ୨ ଅସ୍ଥାୟୀ ବନ କର୍ମଚାରୀ କାର୍ଯ୍ୟରୁ ବହିଷ୍କୃତ

ବାରିପଦା: ହାତୀପଲ ଘଉଡାଇବା ପାଇଁ ହାତୀ ପିଠିକୁ ନିଆଁହୁଳା ଫିଙ୍ଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବନ ବିଭାଗ। କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜ ଅଞ୍ଚଳରେ ଗତ ୧୫ତାରିଖରେ ଘଟିଥିବା ଉକ୍ତ ଘଟଣା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଦୁଇଜଣ ଅସ୍ଥାୟୀ ବନକର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ । ସେମାନେ ହେଲେ ବାପି ମାଝୀ ଓ ଦୀପକ ମୁଣ୍ଡା । ଉଭୟେ ଅସ୍ଥାୟୀ ବନ ବିଭାଗ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ତେବେ କେଉଁ କାରଣ ପାଇଁ ଏହି ପରି କାର୍ଯ୍ୟ କରିଥିଲେ ସେ ନେଇ ତାଙ୍କୁ ରିପୋର୍ଟ ମଗାଯାଇଥିଲା। ଉଭୟେ ଦୋଷ ସ୍ବୀକାର କରିବାରୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ନାଏକ କହିଛନ୍ତି।

ସୂଚନାଯୋଗ୍ୟ, ୨୭ତାରିଖ ଗୁରୁବାର ଏହି ଘଟଣାର ଭିଡିଓ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା। ଗତ ୧୫ ତାରିଖରେ ଦୁଧିଆଣି ରେଞ୍ଜର ଡୁମୁରିଆ ଗାଁରେ ହାତୀ ପିଠିକୁ ନିଆଁ ହୁଳା ଫିଙ୍ଗିବା ଭଳି ବର୍ବର କାଣ୍ଡ ଭିଆଇଥିଲେ ।। ନିଆଁ ଲଗାଇବାରେ ଏହି ଦୁଇଜଣ କର୍ମଚାରୀ ସାମିଲ ଥିଲେ।

ମୟୁରଭଞ୍ଜ ଜିଲ୍ଲା ରୁ ବିଶ୍ୱଜିତ୍ ମହାନ୍ତି ଙ୍କ ରିପୋର୍ଟ ମହକ NEWS  ।

Comments are closed.