ମଣିପୁରରୁ ଫେରିଲେ ୨୧ ସାଂସଦ, କହିଲେ ସ୍ଥିତି ଗମ୍ଭୀର

ପ୍ରାୟ ୩ ମାସ ହେଲା ହିଂସା ଦ୍ୱାରା ପ୍ରଭାବିତ ହୋଇ ଚାଲିଥିବା ମଣିପୁର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଆଦିବାଦୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ମଣିପୁର ଜଳୁଛି। ଏସବୁ ଭିତରେ ବିରୋଧୀ ମେଣ୍ଟ ଇଣ୍ଡିଆର ୨୧ ଜଣ ସାଂସଦ ଶନିବାର ଓ ରବିବାର ମଣିପୁର ଯାଇ, ସେଠାରକାର ସ୍ଥିତି ପରଖିଛନ୍ତି।

ତୃଣମୂଳସ୍ତରରେ ସ୍ଥିତି ପରଖିବା ପରେ ସେମାନେ ରାଜ୍ୟପାଳ ଅନୁସୂୟା ଉଇକିଙ୍କୁ ବିସ୍ତୃତ ତଥ୍ୟ ଦେଇଛନ୍ତି। ମଣିପୁର ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଏହାକୁ ରୋକିବାକୁ ସରକାର କୌଣସି ପ୍ରକାରର ଉପଯୁକ୍ତ ପଦକ୍ଷେପ ନେଇ ନାହାନ୍ତି।

୩ ମାସ ହେଲା ଅଶାନ୍ତ ହୋଇ ରହିଥିବା ମଣିପୁରରେ ଯଦି ଶୀଘ୍ର ଶାନ୍ତି ନ ଫେରିବ, ତା’ହେଲେ ଏହା ଦେଶର ସୁରକ୍ଷାକୁ ମଧ୍ୟ ବିପଦରେ ପକାଇବ ବୋଲି ବିରୋଧୀ ମେଣ୍ଟର ସାଂସଦମାନେ ଆଶଙ୍କା କରିଛନ୍ତି।

ମଣିପୁର ଗସ୍ତରେ ଯାଇଥିବା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ସେଠାକୁ ଫେରିବା ପରେ କହିଛନ୍ତି ଯେ “ମଣିପୁରର ଲୋକଙ୍କ ମନରେ ଭୟ ଓ ଅନିଶ୍ଚିତତା ରହିଛି। ମଣିପୁର ସ୍ଥିତି ଅତ୍ୟନ୍ତ ଗମ୍ଭୀର। ମଣିପୁର ଅସ୍ଥିରତା ମଧ୍ୟ ଦେଇ ଗତି କରୁଛି। ହଜାର ହଜାର ଲୋକ ହିଂସା ଯୋଗୁ ବେଘର ହୋଇଯାଇଛନ୍ତି।

Comments are closed.